ରାଜ୍ୟରେ ୧୩୧ ଶୀତଳଭଣ୍ଡାର ମଧ୍ୟରୁ ୯୮ ଅଚଳ ଓ ୩୩ ସଚଳ : କୃଷି ମନ୍ତ୍ରୀ

ଭୁବନେଶ୍ବର ୨୭ରାଜ୍ୟରେ ମୋଟ୍ ୧୩୧ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ବ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି । 

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି ।  ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିଛନ୍ତି ।

Spread the love