ଷଣ୍ଢ ଲଢେଇ ପାଇଁ ଜଳିଗଲେ ତିନି ଛୁଆ

ଆଗ୍ରା: ଆପଣ ତ ଅନେକ ସମୟରେ ଷଣ୍ଢ ଲଢେଇ ଦେଖିଥିବେ | ଷଣ୍ଢମାନେ ଲଢେଇ କରୁଥିବାବେଳେ ସେମାନଙ୍କ ପାଖକୁ ଯିବାକୁ ବି ଭୟ ଲାଗେ | ତେବେ ଏଥର ଷଣ୍ଢ ଲଢେଇରେ ଜଳିଗଲେ ତିନି ଛୁଆ | ଦୁଇଟି ଷଣ୍ଢଙ୍କ ମଧ୍ୟରେ ଲଢେଇରେ ତିନି ଜଣ ଛୁଆ ଗୁରୁତର ଭାବରେ ଜଳିଯାଇଛନ୍ତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶ ଆଗ୍ରାର ଜଗନେର ଅଞ୍ଚଳରେ ଏଭଳି ଘଟଣା ଘଟିଛି | ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି | ବାସ୍ତବରେ ଦୁଇଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ଚାଲିଥିଲା | ତେବେ ଦୁଇଟି ଷଣ୍ଢ ରାସ୍ତା କଡରେ ଥିବା ଏକ ମୋମୋ ଠେଲା ସହିତ ପିଟି ହୋଇଯାଇଥିଲେ | ଏହି କାରଣରୁ, ଠେଲାଟି ଓଲଟି ପଡିଥିଲା |

ତେବେ ମୋମୋ ତିଆରି କରିବା ପାଇଁ କଡେଇରେ ଗରମ ତେଲ ରଖାଯାଇଥିଲା | ଠେଲାଟି ଓଲଟି ପଡିବା ଫଳରେ ଏହି ଗରମ ତେଲ ପାଖରେ ଛିଡା ହୋଇଥିବା କିଛି ପିଲାଙ୍କ ଉପରେ ପଡିଯାଇଥିଲା | ଏଥିରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବାସ୍ତବରେ ମୋମୋ ତିଆରି କରିବା ପାଇଁ ଏକ ପାତ୍ରରେ ତେଲ ଫୁଟୁଥିଲା | ପିଲାମାନେ ମଧ୍ୟ ମୋମୋ କିଣିବା ପାଇଁ ଘରୁ ବାହାରକୁ ଆସିଥିଲେ | ପିଲାମାନେ ଠେଲା ପାଖରେ ଛିଡା ହୋଇଥିବାବେଳେ ହଠାତ ଷଣ୍ଢମାନେ ଆସି ଧକ୍କା ହୋଇଯାଇଥିଲେ | ଆଉ ଠେଲାଟି ଓଲଟି ପଡିଥିଲା | ଠେଲା ଓଲଟି ପଡିବା ପରେ ଗରମ ତେଲ ପିଲାମାନଙ୍କ ଉପରେ ପଡିଯାଇଥିଲା | ଏବେ ତିନି ଛୁଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |

Spread the love