ମୁହଁରେ ଅକ୍ସିଜେନ୍ ପାଇପ, ବେଡରେ ପଡି କଣ କରୁଛନ୍ତି ରୋଗୀ ଦେଖନ୍ତୁ ଭିଡିଓ….

ଭାଇରସ ପାଇଁ ହନ୍ତସନ୍ତ ହେଉଛନ୍ତି ଦେଶବାସୀ । ଅକ୍ସିଜେନ୍ ସଂକଟ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । କେଉଁଠି ହସ୍ପିଟାଲରେ ରୋଗୀ ଅକ୍ସିଜେନ ପାଉନି ତ ଆଉ କେଉଁଠି ଦାଉ ସାଧୁଛି ଅକାଳ ମୃତ୍ୟୁ । ଏବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଜଣେ ରୋଗୀ ଭେଣ୍ଟିଲେଟରରେ ପଡିଛନ୍ତି । ଏପରିକି ଅକ୍ସିଜେନ୍ ମାସ୍କ ବି ଲାଗିଛି । ହେଲେ ବେଡରେ ପଡି ତମ୍ୱାଖୁ ମଳୁଥିବାର ନଜର ଆସିଛି ।

ସେଠାରେ ଛିଡାହୋଇଥିବା ନର୍ସ ମଧ୍ୟ ଏହାକୁ ଦେଖିଛନ୍ତି । ସେ ତମ୍ୱାଖୁ ଖାଉନାହାନ୍ତି କିନ୍ତୁ ଅଭ୍ୟାସ ଛାଡିପାରୁନାହାନ୍ତି । ପୁରୁଣା ଅଭ୍ୟାସ ରହିଯାଇଥିବାରୁ ସେ ଗୁରୁତର ହୋଇ ବେଡରେ ପଡି ମଧ୍ୟ ଏପରି କରୁଛନ୍ତି । ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ।ଭିଡିଓଟିକୁ ସେଠାକାର ଜଣେ ଷ୍ଟାଫ ସୁଟ୍ କରି ଛାଡିଥିଲେ ସୋସିଆଲ ମିଡିଆରେ । ଏହାକୁ ଦେଖିବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ରୂପିନ୍ ଶର୍ମା ତାଙ୍କ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଭିଡଓଟିକୁ କେହି କେହି ହସରେ ଉଡାଉଥିବାବେଳେ କେହି କେହି ନିଜର ଆକ୍ରୋଶ ବି ଜାହିର କରିଛନ୍ତି । ୩୦ ସେକେଣ୍ଡର ଏହି ଭିଡିଓ ଏବେ ବେଶ୍ ଟ୍ରୋଲ ହେଉଛି ।

Spread the love