ଚନ୍ଦ୍ର ପଥରରେ ଅମ୍ଳଜାନର ଅନୁସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ଜନବସତି ଆରମ୍ଭ କରିବାକୁ ଗବେଷକଦଳ ଉଦ୍ୟମ କରୁଛନ୍ତି। କୋଟିକୋଟି ଟଙ୍କା ଏହି ଗବେଷଣାରେ ଖର୍ଚ୍ଚ ଚାଲିଛି। ଇଉରୋପୀୟ ସ୍ପେସ୍ ଏଜେନ୍ସି ଏକ ସଂସ୍ଥା ସହ ଚୁକ୍ତି କରି ଚନ୍ଦ୍ରରେ ଜନବସତି ଆରମ୍ଭର ପ୍ରଥମ ପଦକ୍ଷେପ ନେଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୮.୪୭ କୋଟି ଟଙ୍କା ଖର୍ଚ୍ଚ ହେବ। ଫ୍ରାନ୍ସ ଓ ଇଟାଲୀ ମିଳିତ ଭାବେ ପ୍ରକଳ୍ପରେ କାମ କରିବା ସହ ୨୦୨୫ ସୁଦ୍ଧା ଗବେଷଣା ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ସେମାନେ ଭାବୁଛନ୍ତି। ଚନ୍ଦ୍ରକୁ ମହାକାଶ ଯାନ ପଠାଇ ସେଠି ଥିବା ପଥରକୁ ଭାଙ୍ଗି ଅମ୍ଳଜାନ ବାହାର କରିବାର ଅନୁସନ୍ଧାନ ଚାଲିଛି। ଏଥିରେ ସଫଳ ହେବା ପରେ ଅମ୍ଳଜାନକୁ ଏକ ଟ୍ୟାଙ୍କ୍‌ରେ ଭର୍ତ୍ତି କରି ଲମ୍ବା ସମୟ ପର୍ଯ୍ୟନ୍ତ ରଖାଯିବ। ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ରହିବା ପରେ ଚନ୍ଦ୍ରରେ ଜନବସତି ଆରମ୍ଭ କରିବାର ବ୍ୟବସ୍ଥା କରାଯିବ ବୋଲି ଗବେଷକ ଦଳ କହିଛନ୍ତି।

Spread the love