ପ୍ରଧାନମନ୍ତ୍ରୀଙ୍କୁ ବାହାଘର ନିମନ୍ତ୍ରଣ କଲେ ଓୟୋ ପ୍ରତିଷ୍ଠାତା

ପ୍ରଧାନମନ୍ତ୍ରୀଙ୍କୁ ବାହାଘର ନିମନ୍ତ୍ରଣ । ନିଜ ମା’ଙ୍କ ସହ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାହାଘର କାର୍ଡ ଦେଇଛନ୍ତି ଓୟୋ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ଆସନ୍ତାମାସରେ ରିତେଶ ଅଗ୍ରୱାଲ ବାହା ହେଉଥିବା ବେଳେ ତାଙ୍କ ଭାବିପତ୍ନୀ ଓ ମା’ଙ୍କୁ ସାଥୀରେ ନେଇ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ । ଏନେଇ ରିତେଶ ଅଗ୍ରୱାଲ ଟ୍ୱିଟରରେ ଫଟୋ ସେୟାର କରିବା ସହ ଏହି ସାକ୍ଷାତ ବେଶ ଉତ୍ସାହଜନକ ବୋଲି ଲେଖିଛନ୍ତି । ରିତେଶ ଅଗ୍ରୱାଲ ହେଉଛନ୍ତି ଓଡ଼ିଶା ରାୟଗଡ଼ାରେ ଜନ୍ମିତ, ଦେଶର ପ୍ରତିଷ୍ଠିତ ବ୍ୟବସାୟୀ । ହୋଟେଲ ଚେନ୍ ଓୟୋ ପ୍ରତିଷ୍ଠା କରି ଭାରତରେ ହୋଟେଲ ଶିଳ୍ପକୁ ଏକ ନୂଆ ଦିଗ ଦେଇଛନ୍ତି ରିତେଶ ଅଗ୍ରୱାଲ । ଏହି ସାକ୍ଷାତ ପରେ ପର୍ଯ୍ୟଟନ ଉଦ୍ୟାଗ ବିକାଶ ପାଇଁ କ୍ରମାଗତ ଭାବେ କାମ କରି ଆସୁଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ବିଶେଷ କରି ରାୟଗଡ଼ା, ଗୀର, ଲଦାଖ୍, ରାମେଶ୍ୱରମ୍ ଏବଂ ମେଘାଳୟ ପର୍ଯଟନ ଶିଳ୍ପରେ ବଡ଼ ସୁଯୋଗ ଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୂଆ ଜୀବନ ପାଇଁ ଶୁଭକାମନା ଜଣାଥିବା ଟୁଇଟରରେ ଲେଖିଛନ୍ତି ରିତେଶ ଅଗ୍ରୱାଲ ।

Spread the love