ପି ଚିଦମ୍ବରମଙ୍କୁ ମିଳିଲା ଜାମିନ୍

ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ସୁପ୍ରିମ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ୍ ମଞ୍ଜୁର କରିଥିବା ଜଣାଯାଇଛି। ସଂଯୋଗବଶତଃ ଆଜି ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନ୍ମଦିନ। ଅର୍ଥାତ ବର୍ତ୍ତମାନର ଗୃହମନ୍ତ୍ରୀଙ୍କ ଜନ୍ମଦିନରେ ପ୍ରାକ୍ତନ ଗୃହମନ୍ତ୍ରୀ ପି ଚିଦମ୍ବରମଙ୍କୁ ମିଳିଛି ଜାମିନ। ସିବିଆଇ ଦ୍ବାରା ଗିରଫ ମାମଲାରେ ତାଙ୍କୁ ଜାମିନ ମିଳିବାପରେ ବି ପି ଚିଦମ୍ବରମ ତିହାଡ ଜେଲରେ ରହିବେ ବୋଲି ଜଣାଯାଇଛି, କାରଣ ଅକ୍ଟୋବର ୨୪ ତାରିଖଯାଏଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)ର କଷ୍ଟଡିରେ ରହିବେ। ଅକ୍ଟୋବର ୨୪ ଯାଏ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)କୁ ଅନୁମତି ମିଳିଛି `ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା।ତିହାଡ ଜେଲରେ ଇଡି ଅଧିକାରୀମାନେ ଚିଦମ୍ବରମଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛନ୍ତି। ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଜେରା କରିବା ପାଇଁ ତିହାର ଜେଲରେ ପହଞ୍ଚିଥିଲେ । ଠିକ ସେହିପରି ପ୍ରାୟ ଦୁଇ ମାସତଳେ ଦିଲ୍ଳୀରେ ଥିବା ତାଙ୍କର ବାସଭବନରୁ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ଦ୍ୱାରା ଗିରଫ ହୋଇଥିଲେ ଚିଦମ୍ବରମ। ସିବିଆଇ ପାଖାପାଖି ୧୫ ଦିନ ଜେରା କରିବା ପରେ ତାଙ୍କୁ ତିହାଡ ଜେଲ୍କୁ ପଠା ଯାଇଥିଲା।

Spread the love