ହିରୋ ମୋଟକର୍ପ ଏମଡି ପବନ ମୁଞ୍ଜାଲଙ୍କୁ ଜେଲା କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ମିଳିବା ପରେ ଶିଳ୍ପପତି ତଥା ହିରୋ ମୋଟୋକର୍ପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପୱନ ମୁଞ୍ଜାଲ ସୋମବାରଦିନ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ । ସେ ପୂର୍ବାହ୍ଣ ୧୧ଟା ସମୟରେ ଇଡି ଅଫିସରେ ପହଞ୍ଚିଥିଲେ । ଏହା ପରେ ତାଙ୍କୁ ଇଡି ଅଧିକାରୀମାନେ ଜେରା କରିଥିଲେ ।

ଗତମାସରେ ଇଡି ପକ୍ଷରୁ ପୱନ ମୁଞ୍ଜଲଙ୍କ ବାସଭବନ ସମେତ ମେସର୍ସ ହିରୋ ମୋଟୋକର୍ପ ଲିମିଟେଡ୍, ମେସର୍ସ ହିରୋ ଫିନକର୍ପ୍ ଲିମିଟେଡ୍ ଏବଂ ମେସର୍ସ ସଲ୍ଟ ଏକ୍ସପିରିଏନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସଇପିଏଲ୍) ପରିସରରେ ଚଢଉ କରି ତଲାସି କରାଯାଇଥିଲା । ଏହା ସହିତ ଦିଲ୍ଲୀ, ହରିୟାଣାରେ ଥିବା ହିରୋର ବିଭିନ୍ନ ଅଫିସ ଓ କାରଖାନାରେ ତଲାସି କରାଯାଇଥିଲା ।

ଇଡି ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ କହିବା ଅନୁଯାୟୀ, ଚଢ଼ାଉ ସମୟରେ ପ୍ରାୟ ୨୫ କୋଟି ଟଙ୍କାର ବିଦେଶୀ ମୁଦ୍ରା, ବିଦେଶୀ ସୁନା ଓ ଅଳଙ୍କାର, ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ  ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ କରାଯାଇଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ପୱନ ମୁଞ୍ଜାଲ ଙ୍କ ବିରୋଧରେ ପ୍ରାୟ ୫୪ କୋଟି ଟଙ୍କାର ବିଦେଶୀ ମୁଦ୍ରା ବିଦେଶକୁ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।

Spread the love