ଚର୍ଚ୍ଚାରେ ଲଳିତ ପବିତ୍ର ଯୋଡି

ଓଡିଶାର ଲୋକ ପ୍ରିୟ ଚ୍ୟାନେଲ ତରଂଗ ମ୍ୟୁଜିକ୍ ପାଇଁ ମିଠା ମିଠା ଗୀତ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବ ଗୀତିକାର ଲଳିତ ନାରାୟଣ ରଥ ଓ ମେଲୋଡି ମେକର୍ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ । ଦୁଇ ଜଣଂକର ପେଷା ଅଲଗା କିନ୍ତୁ ସଂଗୀତ ନିଶା ତାଂକୁ ଓଡିଶାରେ ଅଲଗା ପରିଚୟ ସ୍ରୁଷ୍ଟି କରିଛି । ତରଂଗ ମିଉଜିକ୍ ପାଇଁ ନୁଆ ଓ ମିଠା ଗୀତ ଭେଟିଦେଇ ଅନେକ ପ୍ରଶଂସା ସାଉଟୁଛନ୍ତି । ବଳିଷ୍ଠ ଗୀତ ରଚନା ସାଂଗକୁ ସୁନ୍ଦର ଓ ଆକର୍ଷଣୀୟ ସଂଗୀତ ସଂଯୋଜନା ଗୀତ ଗୁଡିକୁ ସୁମଧୁର କରି ପାରିଛି । ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ୍ ସାଗର , ବିଷ୍ଣୁ କବି ,ସତ୍ୟଜିତ୍ , ଶଶାଂକ, ସ୍ୱୟମ୍ ପାଢୀ, ଅନନ୍ୟା ଶ୍ରୀତମ ନନ୍ଦ ,ଅନ୍ତରା ଚକ୍ରବର୍ତ୍ତୀ , ଲୋପାମୁଦ୍ରା ଦାଶ , ବର୍ଷୀଆନ ଗାୟୀକା ସୁଶ୍ମିତା ଦାଶ ଓ ଶ୍ୱେତା ମିଶ୍ର ପ୍ରଭ୍ରୁତି ତାଂକର ସୁମଧୁର ଧ୍ୱନୀରେ ତରଂଗାୟିତ କରିଛନ୍ତି । ଆଗକୁ କ୍ରିଷ୍ଣା ବେଉରା , ରୁତୁରାଜ , ଦୀପ୍ତିରେଖା ପାଢୀ , ସୋହିନୀ ମିଶ୍ର , ଅର୍ପିତା , ଇପ୍ସିତା ପଣ୍ଡା ପ୍ରଭ୍ରୁତି କଣ୍ଠଦାନ କରିବାକୁ ଯାଉଛନ୍ତି ।

ତା ସହିତ ଦୁଇ ଗୋଟି ଓଡିଆ ଚଳଚ୍ଚିତ୍ର ର ପ୍ରସ୍ତୁତି ଚାଲିଥିବା ବେଳେ
ଗୀତ ରଚନା ଭାର ଗୀତିକାର ଲଳିତ ନାରାୟଣ ରଥ ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ସଂଗୀତ ସଂଯୋଜନା କରୁଛନ୍ତି ।
ଏହି ଦ୍ୱିଭାଷି ଚଳଚ୍ଚିତ୍ର ରେ ମୁମ୍ବାଇର ଖ୍ୟାତ ନାମା କଣ୍ଠ ଶିଳ୍ପୀ ମାନେ କଣ୍ଠ ଦାନ କରିବା ସଂଗେ ସଂଗେ ଓଡିଶାର ହ୍ୟୁମାନ ସାଗର , ବିଷ୍ଣୁ କବି , ଅନ୍ତରା ଚକ୍ରବର୍ତ୍ତି ଓ ଅନନ୍ୟା ଶ୍ରୀତମ ନନ୍ଦ କଣ୍ଠ ଦାନ କରୁଛନ୍ତି ।

Spread the love