ପଞ୍ଚଭୂତରେ ବିଲୀନ ହେଲା ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ପାର୍ଥିବ ଶରୀର

ପୁରୀ, ୦୪/୦୧: ପଞ୍ଚଭୂତରେ ବିଲୀନ ହେଲା ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ପାର୍ଥିବ ଶରୀର।‌ ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ପ୍ରଥମେ ତୋପ ସଲାମି ଓ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ଦିଆଯାଇଥିଲା। ସ୍ବର୍ଗତ ଶର୍ମାଙ୍କ ସୁପୁତ୍ର କ୍ୟାପଟେନ ନଭିନ ଶର୍ମା ମୁଖାଗ୍ନି ଦେଇଥିଲେ। ଅନେକ ଦେଶ ପ୍ରେମୀ ତଥା ପୂର୍ବତନ ନାଭାଲ କମାଣ୍ଡର, ନୌସେନା ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସ୍ବର୍ଗଦ୍ବାରରେ ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ।

Spread the love