ସାହସିକତା ପୋଲିସ ପଦକ ଘୋଷଣା, ଓଡିଶାରୁ ୨୨ ପୋଲିସ ଅଧିକାରୀ ପାଇବେ ମେଡାଲ

ଭୁବନେଶ୍ବର ୨୫।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୨୨ଜଣ ପୋଲିସ ଅଧିକାରୀ ପାଇବେ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସାହସିକତା ପାଇଁ ୯ ପୋଲିସ ଅଧିକାରୀ ଏବଂ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ୯୩୯ ପୋଲିସଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ଏବଂ ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।

Spread the love