ପଦ୍ମପୁର ଉପ ନିର୍ବାଚନ: ପ୍ରଦୀପ ପୁରୋହିତ ହେବେ ବିଜେପିର ପ୍ରାର୍ଥୀ ! ଦ୍ଵନ୍ଦ୍ଵରେ ବିଜେଡି ଏବଂ କଂଗ୍ରେସ

ଭୁବନେଶ୍ଵର: ଆଗକୁ ପଦ୍ମପୁର ଉପ ନିର୍ବାଚନ । ପ୍ରାର୍ଥୀ ଚୟନକୁ  ନେଇ ବିଜେଡି ଓ କଂଗ୍ରେସ ଦ୍ଵନ୍ଦରେ । ବିଜେଡି ଧାମ ନଗର ଉପନିର୍ବାଚନର ସମୀକ୍ଷା କରି ନେଇପାରେ ନିଷ୍ପତି। ଧାମନଗର ଉପନିର୍ବାଚନ ପରେ ଆସନ୍ତା ଡିସେମ୍ବର ୫ରେ ପଦ୍ମପୁରରେ ହେବ ଉପନିର୍ବାଚନ। ଯାହାକୁ ନେଇ ସବୁ ଦଳ ସେମାନଙ୍କର ପ୍ରାର୍ଥୀ କିଏ ହେବ ସେନେଇ  ଅଙ୍କ କଷା ଆରମ୍ଭ କରିଦେଇଛନ୍ତି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ  ନାଁ  ବିଜେପି ଦଳ ପକ୍ଷରୁ ଏକ ପ୍ରକାର ନିର୍ଣ୍ଣୟ ହୋଇଥିବା  ଜଣା ପଡିଥିବା ବେଳେ କେଂଗ୍ରେସ ଦଳ ମଧ୍ୟ ସତ୍ୟଭୂଷଣ ସାହୁଙ୍କ ସମେତ ଦଳରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ଉପରେ  ନଜର ରଖିଛି । ତେବେ କେନ୍ଦ୍ରୀୟ ନେତୃତ୍ୱ ଓ ଦଳର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ଦଳ କାହା ନାଁ ଉପରେ ମୋହର ମାରୁଛି ତାହା ସମୟ କହିବ । ହେଲେ ବିଜେପି  କିନ୍ତୁ ପଦ୍ମପୁର ମୈଦାନରେ ବୁଥ ସ୍ଥରକୁ ମଜଭୁତ କରୁଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ବିଜେଡି ଦଳରେ ମଧ୍ୟ ରହିଛି ଏବେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ।ଦଳର ସୁପ୍ରିମୋ ନବୀନ ହିଁ ନେବେ ନିଷ୍ପତି।ତେବେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପକ୍ଷରୁ ତିଳୋତମା ସିଂ ବରିହା ଙ୍କ ଉପରେ ଭରସା କରି ନିର୍ବାଚନୀ ବୈତରଣୀ ପାର ହେବ କି ଅନ୍ୟ କାହାକୁ ପ୍ରାର୍ଥୀ କରିବ ତାହା ସମୟ ହିଁ କହିବ କିନ୍ତୁ  ଧାମନଗର ଉପନିର୍ବାଚନ ର ଫଳା ଫଳ ପରେ ଦଳ ଅନ୍ୟ କାହାକୁ ପ୍ରାର୍ଥୀ କରି ରିକ୍ସ ନେବ କି ନାହିଁ ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି ।ପୂର୍ବରୁ ବିଜେପୁର ,ବ୍ରଜରାଜନଗର ଓ ପିପିଲିରେ ଦଳ ସିମ୍ପାଥି ଭୋଟ ପାଇଁ ଦିବଂଗତ ବିଧାୟକ ଙ୍କ ପରିବାର ଲୋକଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନ କୁ ଅବତରଣ କରାଇ ବିଜୟ ଲାଭ ଶ୍ରେୟ ନେଇଛି । ତିନି ଆସନକୁ ଅକ୍ତିଆର କରି ନିଜ ଖାତାରେ ସାମିଲ କରିଛି । ଏବେ କିନ୍ତୁ  ପଦ୍ମପୁରରେ ଉପନିର୍ବାଚ ପାଇଁ ବିଜୁ ବାବୁଙ୍କ ଝିଅ ତଥା ଦଳର ସୁପ୍ରିମୋ ନବୀନ ବାବୁଙ୍କ ଭଉଣୀ ତିଳୋତମାଙ୍କ ଉପରେ ଦଳ ନିଷ୍ପତ୍ତି ନେଇପରେ ବୋଲି ଆଶା କରାଯାଉଛି ବୋଲି ସ୍ଥାନୀୟ ଲୋକେ ଆଶାବାନ୍ଧିଛନ୍ତି।

କୁହାଯାଏ ୧୯୯୨ ମସିହାରେ ବିଜୟ ରଞ୍ଜନ ସିଂ ବରିହାଙ୍କ ବିବାହରେ ପଦ୍ମପୁର ପାଇକମାଲ ସ୍ଥିତ ନୃସିଂହ ନାଥ ମନ୍ଦିରରେ  ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ।ଅନେକ ଉପହାର ସହ ପହଁଚି ବିଜୟ ଙ୍କ ସ୍ତ୍ରୀ  ତିଳୋତମା ଙ୍କୁ ଝିଅ ଭାବେ କନ୍ୟା ଦାନ କରିଥିଲେ।ତେବେ ବିଜୁ ବାବୁଙ୍କ ସଂପର୍କ କର୍ମୀ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ଅତି ନିବିଡ଼ ଥିଲା ବିବାହରେ ସାମିଲ ହୋଇଥିଲେ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଧାମନଗର ପରି ପଦ୍ମପୁରରେ ମଧ୍ୟ ବିଜେଡି ବିଜେପି ମଧ୍ୟରେ ଟକ୍ଟର କଡା ହେବ ।ବିଜେପିର ଲଢୁଆ ନେତା ପ୍ରଦୀପ ପୁରୋହିତଙ୍କ  ଆଗରେ ବିଜେଡି କାହାକୁ ଟିକେଟ ଦେବ ସେନେଇ ଏକ ବୈଠକ କରିସାରିଛି ହେଲେ କିନ୍ତୁ ଏବେ ତିଳୋତମାକୁ ବାଦ ଦେଇ ଆଉ ଜଣଙ୍କ ନାଁ ଚର୍ଚ୍ଚାରେ  ।ବିଜୟଙ୍କ ବଡ଼ ଝିଅ ବର୍ଷା ସିଂ ବାରିହାଙ୍କୁ ବୟସ ୩୦ ହୋଇଥିଲେ ହେ ସେ ଅନ୍ୟତ୍ର ବିବାହ କରି ସାରିଛନ୍ତି ।ସାନ ପୁଅ ଭୋଜରାଜ ସିଂ ବରିହାଙ୍କୁ ମାତ୍ର ୨୪ ବର୍ଷ କିନ୍ତୁ ବିଜୟଙ୍କ ସାନ ଝିଅ କାଦମ୍ବିନୀଙ୍କ ବୟସ ୨୮ ହୋଇଥିବା ବେଳେ ସେ ଜଣେ ଉଚ୍ଚ ଶିକ୍ଷିତା ତେଣୁ କାଦମ୍ବିନୀ ନାଁ କୁ  ନେଇ  ହୋଇପାରେ ନିର୍ଣ୍ଣୟ ବୋଲି ଶୁଣା ଯାଉଛି ।ହେଲେ ବିଜୟଙ୍କ ସ୍ତ୍ରୀ କିନ୍ତୁ ସ୍ୱାମୀ ବିଜୟ ସିଂ ଲୋକଙ୍କ ସେବାରେ ନିଜକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସମର୍ପି ଦେଇଛନ୍ତି, ସୁଯୋଗ ମିଳିଲେ ସେ ନିଶ୍ଚୟ ନିର୍ବାଚନରେ ସାମିଲ ହୋଇ ବିଜୟ ଲାଭ କରି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ତିଳୋତମା ।

Spread the love