ବର୍ଦ୍ଧିତ ଫାଇନ୍ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା: ମନ୍ତ୍ରୀ

ସମଗ୍ର ଦେଶରେ ଦୁର୍ଘଟଣା ଯୋଗୁ ବହୁ ଜୀବନହାନୀ ହେଉଛି। ଏହା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଅଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସମଗ୍ର ଦେଶରେ  ପଞ୍ଚମ ସ୍ଥାନରେ ଅଛି । ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି । ଆଗକୁ ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା ପୂର୍ବରୁ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Spread the love