ଦାୟିତ୍ବହୀନତା ନା ଷଡ଼ଯନ୍ତ୍ର, କେଉଁମାନଙ୍କ ପାଇଁ ଏଭଳି ଭୁଲ ତଥ୍ୟ ଲେଖାଯାଇଛି

ପାଇକ ବିଦ୍ରୋହ କେବେ ହୋଇଥିଲା ? ୧୮୧୭ ନା ୧୮୪୭ । କାହିଁକି ନା ରାଜ୍ୟ ସରକାରଙ୍କ ୱେବସାଇଟ କହୁଛି ୧୮୪୭ । ବକ୍ସି ଜଗବନ୍ଧୁଙ୍କ ସମ୍ପର୍କରେ ଲେଖୁଲେଖୁ ତାଙ୍କୁ ୧୮୪୭ ପାଇକ ବିଦ୍ରୋହର ହିରୋ ଅବତାରଣା କରିଛି ଓଡ଼ିଶା ସରକାରଙ୍କ ୱେଟସାଇଟ୍ । ଏପଟେ ଏହାକୁ ନେଇ ବର୍ଷିଛି ବିଜେପି । ଏହା ଚରମ ଦାୟିତ୍ବହୀନତା ନା ଷଡ଼ଯନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଓଡ଼ିଆ ଅସ୍ମିତା ବିଷୟରେ ଏଭଳି ମହାଭୁଲ ସରକାରଙ୍କ ଦ୍ବାରା ହୋଇପାରୁଛି କେମିତି ? କେଉଁମାନଙ୍କ ପାଇଁ ଏଭଳି ଭୁଲ ତଥ୍ୟ ଲେଖାଯାଇଛି ତାର ତଦନ୍ତ ହେବା ଦରକାର ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ଅନିଲ । 

ବୋଧହୁଏ କେଉଁ ଅଣଓଡ଼ିଆ କମ୍ପାନୀକୁ ସରକାରଙ୍କ ତଥ୍ୟ ପ୍ରସ୍ତୁତ କାମ ପ୍ରସ୍ତୁତ ଦିଆଯାଇଛି । ନ ହେଲେ ଏଭଳି ନ ହେବା ଭଳି ଭୁଲ୍ ହେଲା କେମିତି ? କାହିଁକି ବିଧାନସଭା ଭିତରେ ଆଜି ପାଇକ ସଂଗ୍ରାମ, ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନାହିଁ ? କାହିଁକି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ପାଇକ ସଂଗ୍ରାମର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉନାହାନ୍ତି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି ।

Spread the love