ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟଙ୍କ ମୃତ୍ୟୁ

ରାୟପୁର: ପୁଣି ଦର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର। ଛତିଶଗଡ଼ର ରାୟପୁରରେ ସରକାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଦୁଇ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ରାତିରେ ଛତିଶଗଡ଼ ରାୟପୁର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଦୁର୍ଘଟଣା ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ହେଲିକପ୍ଟର କ୍ରାସରେ ଦୁଇ ପାଇଲଟ କ୍ୟାପ୍ଟେନ୍ ପଣ୍ଡା ଏବଂ କ୍ୟାପ୍ଟେନ୍ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ କ୍ୟାପ୍ଟେନ୍‌ଙ୍କ ପରିବାର ଲୋକଙ୍କ ପାଇଁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ପରୀକ୍ଷା ଉଡ଼ାଣ ବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଜଣେ କ୍ୟାପ୍ଟେନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରର ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏମିତି କୋଚାଲୋଚା ହୋଇଛି ଯେ ହେଲିକପ୍ଟରେ ବସିଥିବା ଲୋକ ବଞ୍ଚି ରହିବା ମୁସ୍କିଲ ଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଭୂପେଶ ବଘେଲ ଟ୍ୱିଟ୍ କରି ଲେଖିଛନ୍ତି ଏବେ ରାୟପୁର ଏୟାରପୋର୍ଟରେ ଷ୍ଟେଟ୍ ହେଲିକପ୍ଟର କ୍ରାସ୍ ହେବାର ଦୁଃଖଦ ଖବର ମିଳିଛି। ଏହି ଦୁଃଖଦ ଘଟଣାରେ ଆମର ଦୁଇ ପାଇଲଟ କ୍ୟାପ୍ଟେନ୍ ପଣ୍ଡା, ଓ କ୍ୟାପ୍ଟେନ୍ ଶ୍ରୀବାସ୍ତବଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାରେ ଈଶ୍ୱର ତାଙ୍କ ପରିବାରଜନକୁ ସମ୍ବଳ ଦେବା ସହିତ ଦିମ୍ବଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।”

Spread the love