ଆଜିଠୁ ଏସିଆ କପ୍ ଲଢ଼େଇ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ
ଆଜିଠୁ ଏସିଆ କପ୍ କ୍ରିକେଟ ଲଢ଼େଇ । ଟାଇଟଲ୍ ପାଇଁ ଲଢ଼ିବେ ୬ଟି ଦେଶ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଆଇସିସି ଦିନିକିଆର ନମ୍ବର ୱାନ୍ ଟିମ୍ ପାକିସ୍ତାନ ଓ ପ୍ରଥମ ଥର ଏସିଆ କପ୍ ଖେଳୁଥିବା ନେପାଳ । ପ୍ରଥମ ଥର ଏସିଆ କପ୍ ଖେଳିବ ନେପାଳ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ।
ପ୍ରତିପକ୍ଷ ପାଇଁ ଟେନସନ୍ ହୋଇ ପାରନ୍ତି ଯୁବ ଅଲରାଉଣ୍ଡର ଗୁଲସନ୍ ଝା । ଆଟାକ୍ କରିବାରେ ଧୁରନ୍ଧର । ୱାର୍ଲଡ କପ୍ କ୍ବାଲିଫାୟାର ଲଢ଼େଇରେ ଆୟାର୍ଲାଣ୍ଡ ବିପକ୍ଷରେ ଦ୍ରୁତ ଅର୍ଦ୍ଧଶତକ ମାରି ଗୁସଲନ୍ ଝା ପ୍ରମାଣ କରିଛନ୍ତି ଲୋୟର ଅର୍ଡରରେ ବିସ୍ଫୋରଣ କରିପାରିବେ । ମିଡ ଓଭରରେ ବୋଲିଂ କରି ୱିକେଟ ବି ଖସାଇବାରେ ସମର୍ଥ ଗୁସଲନ୍ ଏସିଆ କପରେ ଧମାଲ କରିପାରନ୍ତି । ଆଗକୁ ଲଢ଼ିବେ ଭାରତ, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା । ୨ ତାରିଖରେ ଭାରତ-ପାକିସ୍ତାନ ଲଢ଼େଇ ହେବ । ଚଳିତ ଏସିଆ କପରେ ବିରାଟ କୋହଲି, ଯଶପ୍ରୀତ ବୁମରା, ବାବର ଆଜମ୍, ରସିଦ ଖାନଙ୍କ ଭଳି ଅଭିଜ୍ଞ କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ସେହିପରି କିଛି ଯୁବ ତାରକା ବି କମାଲ କରି ପାରନ୍ତି । ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ। କେଏଲ୍ ରାହୁଲ ଓ ଶ୍ରେୟସ ଆୟର ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାଚ୍ ବେଳକୁ କିପରି ସ୍ଥିତି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ସେହିପରି ଯଶପ୍ରୀତ୍ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ମଧ୍ୟ ଦଳ ଧ୍ୟାନ ଦେବ। ଯଦିଓ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳା ବେଳେ ଏମାନେ ମ୍ୟାଚ୍ ଅଭ୍ୟାସ ପାଇଥିଲେ, କିନ୍ତୁ ୫୦ ଓଭର ପାଇଁ କେତେ ଫିଟ୍ ହୋଇଛନ୍ତି ତାହା ଏସିଆ କପ୍ରେ ଜଣାପଡ଼ିବ । କାରଣ ଏଠାରେ ୫୦ ଓଭର କ୍ଷେତ୍ରରକ୍ଷଣ କରିବା ସହିତ ସେମାନଙ୍କୁ ୧୦ ଓଭର ବୋଲିଂ କରିବାକୁ ହେବ ।