ପାକିସ୍ତାନକୁ ପୁଣି ଏଫଏଟିଏଫ୍‌ର ନାଲିଆଖି

ପାକିସ୍ତାନକୁ ପୁଣି ଏଫଏଟିଏଫ୍‌ର ନାଲିଆଖି। ଆତଙ୍କବାଦ ଖତମ ନକଲେ ପରିଣାମ ଭୋଗିବ ପାକିସ୍ତାନ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିବାରୁ ପାକିସ୍ତାନକୁ ଝଟ୍‌କା ଦେଇଛି ଏଫଏଟିଏଫ୍‌ । ଆସନ୍ତା ଅକ୍ଟୋବର ଯାଏଁ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ପୁଣି ରହିବ ପାକିସ୍ତାନ । ଯଦିଓ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଆତଙ୍କବାଦୀଙ୍କ ସଂପତ୍ତି ସହ ଜମାତ୍ ଉଦ୍ ଦୱା, ଜୈସ୍ ଇ ମହମ୍ମଦ ପରି ଆତଙ୍କୀ ସଂଗଠନର କିଛି ନେତାଙ୍କୁ ଗିରଫ କରିଛି  ହଲେ ଏହା ଏଫଏଟିଏଫ୍‌କୁ ସନ୍ତୁଷ୍ଟ କରିପାରିନି । ଆହୁରି କଠୋର ପଦକ୍ଷେପ ନେବ ପାକିସ୍ତାନ । ଏନେଇ ପାକିସ୍ତାନକୁ ୧୦ଟି ସର୍ତ ଦେଇଛି ଏଫଏଟିଏଫ୍ ।

ଏହାକୁ ପାଳନ କରି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ବିଶ୍ୱର ୧୦ ରାଷ୍ଟ୍ରର ସମର୍ଥନ ହାସଲ କରିବା ପରେ ଯାଇ ପାକିସ୍ତାନ ଉପରୁ ଏଫଏଟିଏଫ୍ କଟକଣା ହଟାଇବା ନେଇ ଚିନ୍ତା କରିବ ବୋଲି କହିଛି । ତେବେ ପୁଲୱାମା ଆଟାକ୍‌ ପରେ ପାକିସ୍ତାନ ପ୍ରତି ମୋଦି ସରକାରଙ୍କ କଠୋର ଆଭିମୁଖ୍ୟ ଇମ୍ରାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପାକିସ୍ତାନକୁ ସବୁବେଳେ ସାହାଯ୍ୟ କରିଆସୁଥିବା ଚୀନ ମଧ୍ୟ ଶେଷରେ ଚୀନର ହାତ ଛାଡ଼ିଥିଲା । ଏପରିକି ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଗଲା । କିନ୍ତୁ ଏବେ ପାକିସ୍ତାନ ଆତଙ୍କବାଦୀ ଏବଂ ଆତଙ୍କବାଦ ସଂଗଠନ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନନଲେ ଏଫଏଟିଏଫ୍‌ ଗ୍ରେ- ଲିଷ୍ଟରୁ ବ୍ଲାକ୍‌ ଲିଷ୍ଟକୁ ପାକିସ୍ତାନକୁ ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।

Spread the love