ଦେଶରେ ୯୯ ସମସ୍ୟା ରହିଛି କିନ୍ତୁ ପିଏମଙ୍କୁ ଘାରିଛି ପର୍ଣ୍ଣ ଚିନ୍ତା’, ଇମ୍ରାନଙ୍କୁ ସମାଲୋଚକଙ୍କ ଟାର୍ଗେଟ

ଇସ୍ଲାମାବାଦ ୨୪/୧୦: ପାକିସ୍ତାନ ଏବେ ଅନେକ ସଙ୍କଟ ମଧ୍ୟରେ ଗତି କରୁଛି। ଏଫଏଟିଏଫର ଗ୍ରେ ଲିଷ୍ଟ, ଟିଟିପି ଏବଂ ବଲୋଚ୍‌ ସଙ୍ଗଠନର ହିଂସା, ମହଙ୍ଗା ମାଡ଼ ଆଦିରେ ପେଶି ହେଉଛି ପାକିସ୍ତାନ । କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏସବୁ ଉପରେ ଆଉ ଏକ ସମସ୍ୟା ନଜର ଆସିଛି । ଏହା ହେଉଛି ପର୍ଣ୍ଣ ଓ୍ବେବ୍‌ସାଇଟ୍‌ ସମସ୍ୟା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ପର୍ଣ୍ଣ ଓ୍ବେବସାଇଟ୍‌ ବ୍ଲକ୍‌ କରିବା ସମ୍ବନ୍ଧରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ଏହା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୧ରେ ଟ୍ବିଟ୍‌ ମଧ୍ୟ କରାଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେବା ସହ ବର୍ତ୍ତମାନର ୪ ଜି ଯୁଗରେ ଲୋକମାନେ ସମସ୍ତ କଣ୍ଟେଣ୍ଟ ପାଖରେ ପହଞ୍ଚୁଛନ୍ତି ବୋଲି ଲେଖାଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସାମ୍ବାଦିକ ନାୟଲା ଇନାୟତ ଲେଖିଛନ୍ତି, ‘ଆହୁରି ୯୯ ସମସ୍ୟା ରହିଛି କିନ୍ତୁ ପର୍ଣ୍ଣ ଓ୍ବେବସାଇଟ୍‌ ପିଏମଙ୍କ ବଡ଼ ଚିନ୍ତା ।’

ଅନ୍ୟପଟେ ବିଶ୍ବବ୍ୟାଙ୍କର ୧୦ ନମ୍ବର ଲିଷ୍ଟରେ ପାକିସ୍ତାନ ସାମିଲ ହୋଇଛି ଯେଉଁମାନେ ଅଧିକ ଋଣ ନେଇଛନ୍ତି । ପାକିସ୍ତାନର ବିଦେଶୀ ଋଣ ୮ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ସୁଦ୍ଧା ୪୪୨ ମିଲିୟନ ଡଲାର ଋଣ ନେଇସାରିଛନ୍ତି ଇମ୍ରାନ ସରକାର ।

Spread the love