ପାକିସ୍ତାନକୁ ଧୋଇଲା ଭାରତ

ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା। ତେବେ ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୨-୨ ଗୋଲରେ ଡ୍ର’ କରିଥିଲା। ହେଲେ ଆଜି ଭାରତ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି।

ଢାକାର ମୌଲାନା ଭାସନୀ ହକି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଭାରତ ୧-୦ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ ହେଁ ଭାରତ ଆଉ ଦୁଇଟି ଗୋଲ୍‌ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

Spread the love