୬.୩ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ପାକିସ୍ତାନ

ପାକିସ୍ତାନରେ ବଡ଼ ଧରଣର ଭୂମିକମ୍ପ। ଇସ୍‌ଲାମାବାଦରେ ଅନୁଭୂତ ହୋଇଛି ଭୟଙ୍କର ଭୂମିକମ୍ପ ଝଟ୍‌କା। ରାଓ୍ଵଲପିଣ୍ଡିରେ ମଧ୍ୟ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି। ଭୂମିକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଶାନ୍ତ ରହିବାକୁ ପ୍ରଶାସନ ଅପିଲ୍‌ କରୁଛି। ପାକିସ୍ତାନରେ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଭୂମିକମ୍ପର କେନ୍ଦ୍ର ତାଜିକିସ୍ତାନ ବୋଲି କୁହାଯାଉଛି। ସୂଚନା ରହିଛି, ଇରାନ୍‌ ଓ ଆଫ୍‌ଗାନିସ୍ତାନରେ ମଧ୍ୟ ଏହି ଭୂମିକମ୍ପର ଝଟ୍‌କା ଲାଗିଛି।

ଭୂମିକମ୍ପ କାହିଁକି ଆସିଥାଏ?

କହି ରଖୁଛୁ, ପୃଥିବୀରେ ୭ଟି ପ୍ଲେଟ୍ସ ରହିଛି। ସେଗୁଡ଼ିକ ପ୍ରତ୍ୟେକ ସମୟରେ ବୁଲୁଥାଏ। ଏମିତି କିଛି ଜାଗା ରହିଛି, ଯେଉଁଠି ଏହି ପ୍ଲେଟ୍‌ଗୁଡ଼ିକ ଅଧିକ ମାତ୍ରାରେ ଧକ୍କା ହୋଇ ଥାଆନ୍ତି। ଏହି ଜୋନ୍‌କୁ ଫଲ୍ଟ ଲାଇନ୍‌ କୁହନ୍ତି। ପ୍ଲେଟ୍‌ଗୁଡ଼ିକ ପରସ୍ପର ମଧ୍ୟରେ ବାରମ୍ବାର ଧକ୍କା ହେବା ଫଳରେ ସେଗୁଡ଼ିକର କୋଣ ବୁଲି ଯାଇଥାଏ, ଯାହାପରେ ଅଧିକ ଚାପ ପଡ଼ିଥାଏ ଏବଂ ପ୍ଲେଟ୍‌ଗୁଡ଼ିକ ଭାଙ୍ଗିବା ଆରମ୍ଭ ହୋଇଥାଏ। ତଳର ଏନର୍ଜି ବାହାରକୁ ବାହାରିବା ପାଇଁ ରାସ୍ତା ଖୋଜିଥାଏ। ଏହି ବିଳଚନ କାରଣରୁ ଭୂମିକମ୍ପ ଆସିଥାଏ।

Spread the love