ଜେଲରେ ବନ୍ଦ ଇମ୍ରାନ୍ ଖାନ ‘AI’ ଜରିଆରେ ଦେଲେ ଭାଷଣ

୫ ଅଗଷ୍ଟରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଖାନ ଜେଲରେ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବହୁ କୋର୍ଟ ମାମଲାରେ ଜଡିତ ଅଛନ୍ତି । ଗତ ବର୍ଷ ପାକିସ୍ତାନ ସଂସଦରେ ବିଶ୍ୱାସ ଭୋଟ୍ ରେ ହାରିବା ପରେ ପୂର୍ବତନ କ୍ରିକେଟ୍ ତାରକା ଏବେ ଏକ ବିରାଟ ରାଜନୈତିକ ସଙ୍କଟ ଦେଇ ଗତି କରୁଛନ୍ତି ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମର୍ଥକମାନଙ୍କୁ ସମ୍ବୋଧିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ଏକ ଅଡିଓ କ୍ଲିପ ବ୍ୟବହାର କରିଥିଲେ । ପାକିସ୍ତାନ ରାଜନୀତିରେ ଏହା ହେଉଛି ପ୍ରଥମ ଘଟଣା । ତେବେ ଇଣ୍ଟରନେଟରେ କିଛି ସମସ୍ୟା ହେତୁ ଇମ୍ରାନ ଖାନଙ୍କ ଚିତ୍ର ଉପରେ ଅଡିଓ ବଜାଯାଇଥିଲା । ଏହି ଭିଡିଓକୁ ୟୁଟ୍ୟୁବରେ ୧.୪ ମିଲିୟନରୁ ଅଧିକ ଥର ଦେଖାଯାଇଥିଲା ଏବଂ ହଜାର ହଜାର ଲୋକ ଏହାକୁ ଅନ୍ୟ ସୋସିଆଲ ମିଡିଆରେ ଲାଇଭ ଦେଖିଥିଲେ ।

Spread the love