ଭାରତ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ, କେଉଁ ଦେଶ କାହା ସପକ୍ଷରେ ରହିବ ଆସନ୍ତୁ ଜାଣିବା

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା  କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜୈଶ-ଇ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର 12ଟି ଯୁଦ୍ଧ ବିମାନ ।ଏଥିରେ 300ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ପରିସ୍ଥିତି ଜଟିଳ ହୋଇପଡିଛି ।  ଏଭଳି ସ୍ଥିତିରେ ଯଦି ଭାରତ- ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତାହେଲେ କେଉଁ ଦେଶ ପାକିସ୍ତାନକୁ ସାହାର୍ଯ୍ୟ କରିବ ଆସନ୍ତୁ ଜାଣିବା । ଯଦି ଭାରତ ସହିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଚୀନ, ପାକିସ୍ତାନର ସାହାଯ୍ୟ କରିପାରେ । ଏହାର ସବୁଠାରୁ ବଡ କାରଣ ହେଉଛି ଚୀନ ତରଫରୁ ପାକିସ୍ତାନରେ କରାଯାଇଥିବା ନିବେଶ ଯାହାକି, ପାଖାପାଖି 46 ବିଲିୟନ୍ ଡଲାରରୁ ମଧ୍ୟ ଅଧିକ । ଏହା ଭିନ୍ନ ଯେ, ଚୀନ, ଭାରତରେ ଆତଙ୍କବାଦୀ ଆକ୍ରମଣ ହେବାପରେ ଏକଠି ମିଶି ଆତଙ୍କବାଦର ସାମନା କରିବା କଥା କହିଛି । କିନ୍ତୁ ସେ ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନୀ ଆତଙ୍କବାଦୀଙ୍କ ରକ୍ଷା କରୁଥିବା ନଜର ଆସେ । ତୁର୍କୀ ଓ ପାକିସ୍ତାନର ସମ୍ବନ୍ଧ ବହୁତ ଭଲ । ଅନ୍ତର୍ଜାତୀୟ ସ୍ତରରେ ତୁର୍କୀ, ପାକିସ୍ତାନର ଭଲ ମିତ୍ର ଭାବେ ଧରାଯାଏ । ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଆନଙ୍କ ସହ ସାକ୍ଷାତ କରିଥିଲେ ।

ଆରବ ଗଣରାଜ୍ୟ ମିଶର ଓ ଇସଲାମିକ୍ ଗଣରାଜ୍ୟ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ବନ୍ଧ ଅନେକ ବର୍ଷରୁ ଅଛି । ବର୍ଷ 1947ରେ ଆଧୁନିକ ସମ୍ପର୍କ ସେତେବେଳେ ବନିଲା, ଯେତେବେଳେ ପାକିସ୍ତାନର ସଂସ୍ଥାପକ ମୁହମ୍ମଦ ଅଲି ଜିହ୍ନା, ମିଶର ରାଜା ଫୁଆଦ 1 ଦ୍ୱାରା ପଠାଯାଇଥିବା ବିଶେଷ ନିମନ୍ତ୍ରଣରେ ପହଂଚିଥିଲେ ।  ପାକିସ୍ତାନର ସାଉଦି ଆରବ ସହ ଭଳ ସମ୍ପର୍କ କାହାକୁ ବା ଅଛପା । ଗତ ଦିନମାନଙ୍କରେ ସାଉଦିର କ୍ରାଉନ୍ ଫ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ପାକିସ୍ତାନ ପହଂଚିଥିଲେ, ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତାଙ୍କ ଡ୍ରାଇଭର ବନିଯାଇଥିଲେ ।  ଭାରତ ସହ ଯୁଦ୍ଧ ପରିସ୍ଥିତିରେ ଗଲ୍ଫ ଦେଶ ଯେଉଁଥିରେ, କୁଏତ୍, ଓମାନ୍, ସଂଯୁକ୍ତ ଆରବ ଏମିରାଟ୍ ସାମିଲ ଅଛନ୍ତି, ସେମାନେ ଏହାର ସାହାଯ୍ୟ କରିପାରନ୍ତି ।

 ତେବେ ଏହି ଦେଶ ଗୁଡିକୁ  ଛାଡିଦେଲେ ଅନ୍ୟସବୁ ପ୍ରଭାବଶାଳୀ ଦେଶ ଗୁଡିକ ଭାରତ ସପକ୍ଷରେ ରହିବେ । ଯଥା- ଆମେରିକା, ଋଷ, ଫ୍ରାନ୍ସ, ଜାପାନ, ଜର୍ମାନ, ଅଷ୍ଟ୍ରେଲିଆ, ଗ୍ରେଟ ବ୍ରିଟେନ, ଇଜ୍ରାଏଲ, ଆପଗାନିସ୍ତାନ, ନେପାଳ, ଶ୍ରୀଲଙ୍କା ଆଦି ଦେଶ ଗୁଡିକ ଭାରତ ସହ ରହିବେ ବୋଲି ଏକ ବିଶେଷ ସୂତ୍ରୁରୁ ଜଣାପଡିଛି । କାରଣ ଏହି ଦେଶ ସହ ଭାରତର ଅର୍ଥନୈତିକ  ସମ୍ବନ୍ଧ ଖୁବ ଭଲ ରହିଛି । ଅନ୍ୟପକ୍ଷରେ ମହାଶକ୍ତି ଋଷ ଭାରତର ବିପଦ ସମୟରେ ସବୁବେଳେ ରହି ଆସିଛି । 

Spread the love