ଆର୍ଥିକ ଅନଟନ ଭିତରେ ପରମାଣୁ ଅସ୍ତ୍ର ବନାଉଛି ପାକିସ୍ତାନ

ପାକିସ୍ତାନର ଅର୍ଥନୀତି ଭୁଷୁଡି ପଡିଛି । ପାକିସ୍ତାନରେ ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଲୋକେ ଖାଇବାକୁ ପାଉନାହାଁନ୍ତି । ପେଟ୍ରୋଲ ଦର ୩୦୦ ଟଙ୍କା ଅତିକ୍ରମ କରିଛି । ତେଲ ଦର ଏବଂ ବିଦ୍ୟୁତ୍ ବିଲକୁ ନେଇ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି । ନିଜର ଅର୍ଥନୀତି ସଜାଡିବାକୁ ପାକିସ୍ତାନ ଚୀନ ଏବଂ ଗଲ୍ପ ଦେଶମାନଙ୍କ ସହାୟତା ଲୋଡୁଛି । ହେଲେ ଏଭଳି ସ୍ଥିତିରେ ଥିବା ପାକିସ୍ତାନ ନିଜର ପରମାଣୁ ଶକ୍ତି ବଢାଇବରେ ଲାଗିପଡିଛି ।

ଆମେରିକାର ଫେଡେରେସନ ଅଫ ଆମେରିକାନ ସାଇନ୍ସ ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ପାକିସ୍ତାନ ଧିରେ ଧିରେ ପରମାଣୁ ଅସ୍ତ୍ରାଗାର ବୃଦ୍ଧି କରିବାରେ ଲାଗିଛି । ପରମାଣୁ ଅସ୍ତ୍ର ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଶିଳ୍ପ ବୃଦ୍ଧି କରିଛି ପାକିସ୍ତାନ । ସାଟେଲାଇଟ ଚିତ୍ରରେ ପାକିସ୍ତାନ ଆର୍ମିବେସ ଏବଂ ଏୟାରବେସରେ ନୂଆ ଲଞ୍ଚର ଥିବା ଦେଖିବାକୁ ମିଳିଛି । ପାକସ୍ତାନରେ ୧୭୦ଟି ପରମାଣୁ ଅସ୍ତ୍ର ରଖିଥବା ନେଇ ବୈଜ୍ଞାନିକମାନେ ଗଣନା କରିଛନ୍ତି ।

ଏବେ ପାକିସ୍ତାନ ପ୍ରତିବର୍ଷ ୧୪ରୁ ୨୭ ନୂଆ ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଫସିଲ ସାମଗ୍ରୀ ବୃଦ୍ଧି କରିବାରେ ଲାଗିପଡିଛି । ପାକିସ୍ତାନର ମସୁର ଏୟାରବେସରେ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଥିବା ୩ଟି ମିରେଜ ଯୁଦ୍ଧବିମାନ ମୁତୟନ କରିଛି । ପରମାଣୁ ଅସ୍ତ୍ର ମସୁର ବେସଠୁ ମାତ୍ର ୫ କିଲୋମିଟର ଦୂରରେ ରଖାଯାଇଥିବା ଆମେରିକାର ସଂସ୍ଥା କହିଛି । ପରମାଣୁ ଅସ୍ତ୍ର ଲଞ୍ଚ୍ କରିବା ପାଇଁ ପାକିସ୍ତାନ ୫ଟି ମିଶାଇଲ ବେସ୍ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

Spread the love