ଭାରତ ବିଜେତା ହେବା ପରେ ପାକିସ୍ତାନୀ ଭାଇରାଲ ଗାର୍ଲ ଏଭଳି ଶୈଳୀରେ ଜଣାଇଲେ ଶୁଭେଚ୍ଛା

କଲମ୍ବୋ: ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ସହିତ ମହମ୍ମଦ ସିରାଜଙ୍କ ତୋଫାନୀ‌ ବୋଲିଂ (୭-୧-୨୧-୬) ବଳରେ ଭାରତ ଅଷ୍ଟମ ଥର ଏସିଆ କପ୍‌ର ବିଜେତା ହୋଇଛି। ଘରୋଇ ଶ୍ରୀଲଙ୍କାକୁ ଏକତରଫା ଭାବେ ଫାଇନାଲ୍‌ରେ ୧୦ ୱିକେଟ୍‌ରେ ପରାସ୍ତ କରି ଭାରତ ଏହି ସଫଳତା ପାଇଛି। ସୋସିଆଲ ମିଡିଆରେ ବ୍ୟବହାରକାରୀ ଭିନ୍ନଭିନ୍ନ ଶୈଳୀରେ ଭାରତର ଏହି ସଫଳତାର ଖୁସି ପାଳୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ପାକିସ୍ତାନୀ ଭାଇରାଲ ଗାର୍ଲ ଭାରତୀୟ ଦଳଙ୍କ ବିଜୟ ପରେ ସ୍ବତନ୍ତ୍ର ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ପାକିସ୍ତାନୀ ମହିଳା ତାଙ୍କର ଦୁଇଗାଲରେ ଜାତୀୟ ପତାକାର ଷ୍ଟିକର ଲଗାଇଛନ୍ତି। ଗୋଟିଏ ଗାଲରେ ଭାରତର ପତାକା ଥିବା ବେଳେ ଅନ୍ୟ ଗାଲରେ ପାକିସ୍ତାନୀ ପତାକାର ଷ୍ଟିକର ଲଗାଇଛନ୍ତି। ଭାରତୀୟ ଦଳର ବିଜୟ ପରେ ଯୁବତୀ ଜଣକ ଗାଲରେ ଭାରତର ପତାକା ଛାପି ‘ଲଡତି ପତଙ୍ଗେ….’ ଗୀତରେ ନାଚୁଥିବା ବି ଦେଖିବାକୁ ମିଳୁଛି। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏଯାବତ ୭ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ତେବେ ଭାରତକୁ ଏଭଳି ସମର୍ଥନ କରୁଥିବା ପାକିସ୍ତାନୀ ଯୁବତୀଙ୍କୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ପାକିସ୍ତାନ ଉପରେ ଆମର ଭରସା ନାହିଁ। ପଡ଼ିଆରେ ବନ୍ଧୁତା ଦେଖାଉଥିବା ବେଳେ ପଛରେ ସେ ଆତଙ୍କବାଦୀ ପଠାଉଛି। ପାକିସ୍ତାନର ଆତଙ୍କବାଦୀ ହେତୁ ଆମର ୪ଜଣ ଯବାନ ସହିତ ହୋଇଯାଇଛନ୍ତି।’

Spread the love