ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌  : ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ୨୬ବର୍ଷୀୟା ମହିଳା ଅଧିକାରୀଙ୍କୁ ପୋଲିସ ବିଭାଗର ଉଚ୍ଚପଦ ମିଳିଛି। ପୁରୁଷ ପ୍ରଧାନ ପାକିସ୍ତାନରେ ମହିଳାମାନେ ପୋଲିସ ଚାକିରି ପାଇବା ଏକ ଅସାଧାରଣ ଘଟଣା। ଯଦି କୌଣସି ମହିଳା ବା ଯୁବତୀ ଚାକିରି କରି ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି ତେବେ ସେମାନଙ୍କ ଘର ଲୋକେ ତାଙ୍କୁ ଶିକ୍ଷକତା କିମ୍ବା ଡକ୍ତରୀ ପାଠ ପଢ଼ିବା ପାଇଁ କହିଥାନ୍ତି। ହେଲେ ଦେଶରେ ପ୍ରଚଳିତ ପୁରୁଣା ପ୍ରଥାକୁ ହଟାଇବା ପାଇଁ ଆଭ୍ୟନ୍ତରୀଣ ସିନ୍ଧ ପ୍ରଦେଶର ଜାକୋବାବାଦରୁ ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ମନିଶା ଇଛା ପ୍ରକାଶ କରିଛନ୍ତି। ୨୬ ବର୍ଷୀୟା ମନିଷା ବର୍ତ୍ତମାନ ପୋଲିସ ଟ୍ରେନିଂରେ ଥିବା ବେଳେ ଲ୍ୟାରିରେ ତାଙ୍କ ପୋଷ୍ଟିଂ ହେବା ନେଇ ଖବର ପ୍ରକାଶ ପାଇଛି।

Spread the love