ତୁର୍କୀ- ସିରିୟା ପରେ ଥରିଲା ପାଲେଷ୍ଟାଇନ୍, ଲୋକଙ୍କ ମଧ୍ୟରେ ଆତଙ୍କ

ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ଏବେ ଥରିଉଠିଛି ପାଲେଷ୍ଟାଇନ୍ । ସବୁଠାରୁ ଏହି ଝଟକା ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି । ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ହେଲାଣି । ତେଣୁ ପରିସ୍ଥିତିରେ ପାଲେଷ୍ଟାଇନରେ ଭୂମିକମ୍ପ ହେବା ସେଠିିକା ଲୋକଙ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ ଏଠାରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ହେଲେ ଏଠିକା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

Spread the love