ପମ୍ପକିନ୍‌ ଫ୍ରାଏଜ୍‌

ଆବଶ୍ୟକୀୟ ସାମଗ୍ରୀ : କଖାରୁ, ଡାଳଚିନି ପାଉଡର, ଧନିଆ ପାଉଡର, ଜିରା ପାଉଡର, ରସୁଣ ପାଉଡର, ଗୋଲମରିଚ ପାଉଡର, ଜୁଆଣି ପାଉଡଣ, କଶ୍ମୀର ଲାଲ ମିଚ୍ଚ ପାଉଡର, ହଳଦୀ, ଲୁଣ, ଛାଣିବା ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଖାରୁକୁ ନେଇ ଚୋପା ଛଡାଇ ଦିଅନ୍ତୁ। ତା’ ପରେ ଏହାକୁ ଆଳୁ ଭଳି ଲମ୍ବା ଲମ୍ବା ପତଳା ପତଳା କାଟିଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଗରମ ପାଣିରେ ପକାଇ ଧୋଇଦିଅନ୍ତୁ। ଏହାକୁ ଏବେ କାଢି ଟିସୁ ପେପରରେ ଭଲଭାବେ ପୋଛିଦିଅନ୍ତୁ ।

ଏହା ପରେ ଏକ କଢେଇରେ ତେଲ ଗରମ କରନ୍ତୁ। ଏବେ ଏହାକୁ ଛାଣିଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟରେ କାଢି ରଖନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ସମସ୍ତ ମସଲା ପକାଇ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାକୁ ଏବେ କଖାରୁ ଫ୍ରାଏଜ ଉପରେ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଟମାଟୋ କ୍ୟାଚଅପ୍‌ ସହିତ ଗରମ ଗରମ ସର୍ଭ କରନ୍ତୁ ।

Spread the love