ସୁକନ୍ୟା ସମୃଦ୍ଧି ଓ ପିପିଏଫ ନିୟମରେ ସରକାର ଆଣିଲେ ବଡ ପରିବର୍ତ୍ତନ , ଜାଣନ୍ତୁ କ’ଣ ଆସିଲା ନୂଆ ନିୟମ

କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ପିପିଏଫ୍ ବା ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ ସହ ବରିଷ୍ଠ ନାଗରିକଙ୍କ ସଂଚୟ ଯୋଜନ, ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ଯୋଜନା ଓ ଡାକଘର ନିବେଶ ଯୋଜନାରେ ବଡ ପରିବର୍ତ୍ତନ ଆଣିଛନ୍ତି । ଏବେ ଏହିସବୁ ଯୋଜନାରେ ନିବେଶ କରିବାକୁ ହେଲେ ନିବେଶକାରୀଙ୍କ ନିକଟରେ ପ୍ୟାନ କାର୍ଡ ଓ ଆଧାର କାର୍ଡ ଥିବା ବାଧ୍ୟତାମୂଳକ କରାଯାଇଛି । ଏହି ପରିବର୍ତ୍ତନ ୨୦୨୩ ଏପ୍ରିଲ ପହିଲାରୁ ଲାଗୁ ହୋଇଛି । ଯଦି ଆପଣ ଏହି ଯୋଜନାରେ ନିବେଶ କରିଛନ୍ତି ଓ ଆପଣଙ୍କ ପାଖରେ ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡ ନାହିଁ ତେବେ ତୁରନ୍ତ ଏସବୁ କରାଇ ନିଅନ୍ତୁ ।ଯଦି ଆପଣ ପ୍ୟାନ କାର୍ଡ ଓ ଆଧାର କାର୍ଡର କପି ଦେଉ ନାହାଁନ୍ତି ତେବେ ଆପଣଙ୍କୁ ଏହି ସବୁ ଯୋଜନାରେ ନିବେଶ କରିବାକୁ ଅନୁମତି ମିଳିବ ନାହିଁ । ଏହାସହ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି, ଛୋଟ ଛୋଟ ସଂଚୟ ଯୋଜନାରେ ନିବେଶ କରିବାକୁ ନିବେଶକାରୀଙ୍କୁ ପ୍ୟାନ କାର୍ଡ ଓ ଆଧାର କାର୍ଡ କପି ଡିପୋଜିଟ୍ କରିବା ବାଧ୍ୟତାମୂଳକ । ଏହା ପୂର୍ବରୁ ଏସବୁ ଯୋଜନାରେ ବିନା ଆଧାର କାର୍ଡରେ ମଧ୍ୟ ନିବେଶ କରାଯାଇ ପାରୁଥିଲା ।

ବିଜ୍ଞପ୍ତିରେ କୁହାଯାଇଛି କି, ନିବେଶକଙ୍କୁ କୌଣସି ପ୍ରକାର ନିବେଶ କରିବା ପୂର୍ବରୁ ପ୍ୟାନ କାର୍ଡ ଦେଖାଇବାକୁ ପଡିବ । ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ ତେବେ ସଂଚୟ ଯୋଜନାରେ ଖାତା ଖୋଲିବାର ୬ ମାସ ମଧ୍ୟରେ ଆପଣଙ୍କୁ ଅଧାରକାର୍ଡ ଓ ପ୍ୟାନକାର୍ଡ କପି ସଂପୃକ୍ତ ବ୍ୟାଙ୍କ କିମ୍ବା ଡାକଘରେ ଜମା କରିବାକୁ ପଡିବ ।

Spread the love