ପଞ୍ଚଭୂତରେ ଲୀନ ହେଲେ ମନୋରମା ମହାପାତ୍ର
ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।ଜ୍ୟେଷ୍ଠ ପୁଅ ପ୍ରଦୀପ ମହାପାତ୍ର ମୁଖାଗ୍ନି ଦେଇଥିଲେ। ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନ୍ୱର ବିଶାଲ ସିଂ, ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଗତକାଲି ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।