ପଞ୍ଚଦଶ ବାର୍ଷିକ ସାମୁହିକ ସୁନ୍ଦରକାଣ୍ଡ ପାଠୋତ୍ସବ

ଆଜି କ୍ରାତ୍ତିକ ମାସ ତ୍ରିୟୋଦଶୀ ତିଥି ତଥା ବଡ଼ଓଷା ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ସାମୁହିକ ସୁନ୍ଦରକାଣ୍ଡ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ସନ୍ଥ ଶ୍ରୀ ଶ୍ରୀ ରାମ ନାରାୟଣ ଦାସଜୀଙ୍କ ନେତୃତ୍ୱରେ ରାମମନ୍ଦିର ସତ୍ସଙ୍ଗ ମଣ୍ଡଳୀ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ପ୍ରାୟ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ସୁନ୍ଦରକାଣ୍ଡ ପାଠ କରିଥିଲେ । ଶେଷରେ କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Spread the love