ନିର୍ବାଚନକୁ ଓମିକ୍ରନ୍‌ ଭୟ : ବନ୍ଦହେଲା ପଞ୍ଚାୟତ ନିର୍ବାଚନ, ଶିବରାଜ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପାଳ ୨୬/୧୨ : ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଲାଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବା ପାଇଁ ଅପିଲ କରାଯାଉଛି । ତେବେ ବଡ କଥା ହେଉଛି ଆଗକୁ କିଛି ରାଜ୍ୟରେ ବିଧାନସଭା ଏବଂ ଆଉ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟ ବଡ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ କ୍ୟାବିନେଟ୍‌ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ ନିର୍ବାଚନ ବନ୍ଦ ରଖିବା ଅଧ୍ୟାଦେଶକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍‌କୁ ପଠାଯାଇଛି ।

ରାଜ୍ୟପାଳ, ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ଅଧ୍ୟାଦେଶ ଗ୍ରହଣ କରିବାପରେ ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ । ଏହାପରେ ଯାଇ ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବନ୍ଦ କରାଯାଇପାରିବ । ମଧ୍ୟପ୍ରଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧିପାଉଥିବାରୁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଇନ୍ଦୋରରେ ୮ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଗତ ମାସରେ ଅଧ୍ୟାଦେଶ ଆଣି ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଥିଲେ । ଯେଉଁଥିରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନେଢଇ ଘୋଷଣା କରାଯାଇଥିଲା । କିନ୍ତୁ ରବିବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ବାଚନୀ ଅଧ୍ୟାଦେଶ ବିଧାନସଭାରେ ପାରିତ ହୋଇପାରିନଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ରଖାଯାଇଥିଲା । ରାଜ୍ୟ କ୍ୟାବିନେଟ୍‌ରେ ନିର୍ବାଚନ ବାତିଲ ହେବାନେଇ ଅଧ୍ୟାଦେଶ ପାରିତ ହୋଇସାରିଥିବା ବେଳେ ଏବେ ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି । ରାଜ୍ୟପାଳ ଅନୁମୋଦନ ଦେବା ପରେ ମଧ୍ୟ ପ୍ରଦେଶ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବେ ।  

Spread the love