ଆସୁଛି ନୂଆ ମାମଲା ଏଣ୍ଡେମିକ ଭାଇରସ

ଭୁବନେଶ୍ୱର: କରୋନାର ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛି ଦେଶ । କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତା’ର ରୋଗ କରିବା କ୍ଷମତା କମିଯିବ ।ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗି ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ।

ବର୍ତ୍ତମାନ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫-୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ୍ ସଂଖ୍ୟା ୧୦୦ ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି ଏବଂ ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ଯାନୁଷ୍ଠାନ ନିଆଯିବ ।ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ।

Spread the love