ଗଞ୍ଜାମ ଜିଲ୍ଲା ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ, ତାରାତାରିଣୀ ପୀଠର ସମୀକ୍ଷା ସହ ବୁଲିବେ 25ଟି ହାଇସ୍କୁଲ

5-ଟି’ ସଚିବ ଭି କେ ପାଣ୍ଡିଆନ୍ ଆଜି ସକାଳେ ପ୍ରଥମଥର ଲାଗି ଞ୍ଜାମ ଜିଲ୍ଲା ଗସ୍ତକରି ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ଆସିଥିଲେ। ସେ ସେଠାରେ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନୟନ କାମ ସମ୍ପର୍କରେ ସମୀକ୍ଷା କରିଥିଲେ। ସେଠାରେ ସେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି। ସେହି ସମୟରେ ମନ୍ଦିରର ସେବାୟତ ବାପୁଜୀ ରଣା ତାରାତାରିଣୀ ପୀଠର ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ବୁଝାଇଥିଲେ। ପାଣ୍ଡିଆନଙ୍କ ଏହି ଅଚାନକ ଗସ୍ତରୁ ଆଶା କରାଯାଉଛି ଯେ ଆଗାମୀ ଦିନରେ ତାରାତାରିଣୀ ମନ୍ଦିରର କାୟାକଳ୍ପ ଲାଗି ବ୍ୟବସ୍ଥା କରାଯିବ। ‘5-ଟି’ ସଚିବ ପାଣ୍ଡିଆନଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପି ଡି ଡି ଆର୍‌ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପରେ‘5-ଟି’ ସଚିବ ଭି କେ ପାଣ୍ଡିଆନ୍ ଆଗରୁ ଏଭଳି ଢ଼ଙ୍ଗରେ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ସମେତ କେତେକ ତୀର୍ଥସ୍ଥଳରେ ଅଚାନକ ପହଞ୍ଚି ସମୀକ୍ଷା କରିଛନ୍ତି । ଏହାପରେ ସେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ଗସ୍ତ ସମୟରେ ସେ ପଞ୍ଚାୟତର 25ଟି ହାଇସ୍କୁଲ ମଧ୍ୟ ପରିଦର୍ଶନ କରିବେ। ଏହାସହ ଆଦର୍ଶ ଅଙ୍ଗନବାଡି, ମାର୍କେଟ କମ୍କେକ୍ଲ ଓ ଆଲ୍ଲାପୁର ହାଇସ୍କୁଲ ଫୁଲ ବଗିଚା ପରିଦର୍ଶନ କରି ସନ୍ଧ୍ୟା 6.30ରେ ଛତ୍ରପୁର ଏବଂ ଏହାପରେ ଭାୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Spread the love