ପନିର ଖିରି

ଆବଶ୍ୟକୀୟ ସାମଗ୍ରୀ:
-୩ ଲିଟର କ୍ଷୀର

– ଅଧା କପ ଚିନି

-କିଛି ଗୁଜୁରାତି ଗୁଣ୍ଡ

– ୧୨ ଟା ବାଦାମ ଗୁଣ୍ଡ

– ଗୋଟେ ଚୁଟକୀ କେଶର

-୨ ଚାମଚ ଲେମ୍ବୁ ରସ

କେମିତି କରିବେ ପ୍ରସ୍ତୁତ:
ଗ୍ୟାସରେ ଏକ ପ୍ୟାନ ବସାଇ କ୍ଷୀର ଗରମ କରନ୍ତୁ । ଏହା ଅଧା ପରିମାଣକୁ ଆସିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଆଉ ଏକ ପାତ୍ରରେ ବଳକା କ୍ଷୀର ଗରମ କରି ଛେନା ଛିଡାଇ ଦିଅନ୍ତୁ । ଏବେ ଏହି ଛେନାକୁ ଏକ ପତଳା କପଡାରେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ । ପାଣି ଗଡ଼ିଗଲା ପରେ ପନିର ବସିଯିବ । ସେପଟେ କ୍ଷୀର ଫୁଟି ଫୁଟି ଅଧା ହୋଇଗଲା ପରେ ସେଥିରେ ଚିନି ଆଉ କେଶର ମିଶାଇ ଦିଅନ୍ତୁ । ଏବେ ଆଉ ଟିକେ ଫୁଟାନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିରକୁ ଫୁଟାଯାଇଥିବା କ୍ଷୀରରେ ପକାନ୍ତୁ । ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ ଆଉ ଚୁଲିରୁ ଓଲ୍ହାଇ ଦିଅନ୍ତୁ । ଏବେ ଏହି ଖିରିକୁ ଏକ ସର୍ଭିଙ୍ଗ ବାଉଲରେ ଓଜାଡି ଗୁଣ୍ଡ ନଟ୍ସ ଆଦି ଦେଇ ସଜେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଟେଷ୍ଟି ପନିର ଖିରି ।

Spread the love