ଜୁନ୍‌ ମାସରେ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ

ଓଡ଼ିଶାକୁ ମୌସୁମୀ ପୂର୍ବରୁ ଅର୍ଥାତ ଜୁନ୍‌ ମାସରେ ପଙ୍ଗପାଳ ଆସିପାରନ୍ତି । ଏଥିପାଇଁ ଓଡ଼ିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ସୂଚନା ଦେଇଛନ୍ତି।ଓଡ଼ିଶାକୁ ପଙ୍ଗପାଳ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ। ଏଥିସହିତ ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ। କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି, ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ ହୋଇଥିବା ବେଳେ ହଳଦିଆ ରଙ୍ଗର ପଙ୍ଗପାଳ ପ୍ରତି ବିପଦ ନାହିଁ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ କହିଛନ୍ତି।ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ପକ୍ଷରୁ ପ୍ରକାଶ ଯେ ଜୁନ ୧୫ କିମ୍ବା ଏହା ପରେ ଓଡ଼ିଶାକୁ ପଙ୍ଗପାଳ ଆସିପାରନ୍ତି। ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର କହିଛନ୍ତି। ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ସଚେତେନ ଅଛନ୍ତି। କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତ୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ମୁଥୁ କୁମାର କହିଛନ୍ତି।

Spread the love