ପଞ୍ଜାବ କ୍ୟାବିନେଟ୍‌ର ପ୍ରଥମ ବୈଠକ, ୨୫ ହଜାର ସରକାରୀ ନିଯୁକ୍ତି ପ୍ରସ୍ତାବ ପାରିତ

ଚଣ୍ଡିଗଡ ୧୯।୦୩: ପଞ୍ଜାବ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରୋଜଗାରକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକ ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭଗବତ ମାନ କହିଛନ୍ତି ପଞ୍ଜାବ କ୍ୟାବିନେଟ୍‌ ମୋଟ୍ ୨୫ ହଜାର ସରକାରୀ ଚାକିରି ଯୋଗାଇ ଦେବାକୁ ପ୍ରସ୍ତାବ ପାରିତ କରିଛି। ଏଥିରୁ ପଞ୍ଜାବ ପୋଲିସ ବିଭାଗରେ ୧୦ ହଜାର ନିଯୁକ୍ତି ଏବଂ ଅନ୍ୟ ସରକାରୀ ବିଭାଗରେ ୧୫ ହଜାର ନିଯୁକ୍ତି ସାମିଲ୍।

ଏହା ପୂର୍ବରୁ ଚଣ୍ଡିଗଡରେ ୧୦ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ସର୍ବ ପ୍ରଥମେ ହରପାଲ ଚିମା ଶପଥ ନେଇଥିଲେ। ସମାରୋହରେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ପୁଅ ଏବଂ ଝିଅ ଭିଭିଆଇପିର ଦ୍ଵିତୀୟ ଧାଡିରେ ବସିଥିଲେ। ଚିମାଙ୍କ ପରେ ବିଧାୟକ ବଲଜିତ କୌର ଶପଥ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ଡ. ବଲଜିତ କୌର ଏକ ମାତ୍ର ମହିଳା ବିଧାୟକ। ସେ ପୂର୍ବତନ ଆପ୍  ସାଂସଦ ସାଧୁ ସିଂହଙ୍କ ଝିଅ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପୂର୍ବରୁ  ମାନ ସରକାର ପଞ୍ଜାବରେ ଭିଭିଆଇପିଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ପୂର୍ବତନ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀଙ୍କଠୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ଉଲ୍ଲେଖନୀୟ ଭଗଓ୍ଵନ୍ତ ମାନ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ମାନ ସରକାରଙ୍କ ଆଜି ଥିଲା ପ୍ରଥମ କ୍ୟାବିନେଟ୍ ବୈଠକ।

Spread the love