ସ୍କିନ୍‌ ପାଇଁ ଲାଭଦାୟକ ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି ଫେସ୍‌ ପ୍ୟାକ୍‌

ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏପରି ଗୁଣ ଅମୃତଭଣ୍ଡାରେ ମିଳିଥାଏ ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି କରେ ନାହିଁ ବରଂ ସ୍କିନ୍‌ ପାଇଁ ମଧ୍ୟ ବହୁତ ଲାଭଦାୟକ । ମୁହଁରେ ଅମୃତଭଣ୍ଡାରେ ତିଆରି ଫେସ୍ ପ୍ୟାକ୍ ଲଗାଇ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଏହା ସହିତ ଦାଗ ଏବଂ ବ୍ରଣ ଭଳି ସମସ୍ୟା ଦୂର ହୋଇପାରିବ । ଯଦି ଅମୃତଭଣ୍ଡା ଏବଂ କ୍ଷୀରକୁ ମିଶ୍ରିତ କରି ଫେସ୍ ପ୍ୟାକ୍ ପ୍ରୟୋଗ କରିପାରିବେ । ଯାହା ଫଳରେ ଏହାର ଲାଭ ଦ୍ୱିଗୁଣିତ ହୋଇଯିବ । ତେବେ ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ C ଏବଂ ଅନେକ ଖଣିଜ ପଦାର୍ଥ ଥାଏ । ସେହିପରି କ୍ଷୀରରେ ମିଳୁଥିବା ଗୁଣ ସ୍କିନ୍‌କୁ ଚମକାଇଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ବୟସ କମ୍‌ ଦେଖା ଯିବା ସହ ଦାଗ ଦୂର କରିବାରେ ସାହାଯ୍ୟ କରେ । ତାହେଲେ ଆସନ୍ତୁ ଜାଣିବା ଏହି ପ୍ୟାକ୍‌କୁ କିପରି ତିଆରି କରିବା ।

ଅମୃତଭଣ୍ଡା ଏବଂ କ୍ଷୀରର ଫେସ୍ ପ୍ୟାକ୍ :
ଦାଗ ଦୂର ହେବ : କ୍ଷୀରକୁ ଅମୃତଭଣ୍ଡା ସହିତ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଦ୍ୱାରା ସ୍କିନ୍‌ରୁ ଦାଗ ଏବଂ ବ୍ରଣ ଦୂର ହୋଇଥାଏ । ଅମୃତଭଣ୍ଡରେ ଭିଟାମିନ୍ C ଭରପୂର ରହିଥାଏ, ଯାହା ସ୍କିନ୍‌ରେ ମେଲାନିନ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡା ଏବଂ କ୍ଷୀରର ମିଶାଇ ପ୍ରୟୋଗ କଲେ ଦାଗ ଏବଂ ବ୍ରଣ ଦୂର ହୁଏ ।

ସ୍କିନ୍‌ ଚମକିବ : କ୍ଷୀର ଏବଂ ଅମୃତଭଣ୍ଡା ସ୍କିନ୍‌ ଚମକିବାରେ ସାହାଯ୍ୟ କରେ । ଏହା ରିଙ୍କଲ୍ସ ସମସ୍ୟାକୁ କମ୍‌ କରିଥାଏ । ସ୍କିନ୍‌କୁ ସଫା କରିବା ପାଇଁ ଅମୃତଭଣ୍ଡାରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଏବଂ ବାୟୋଫ୍ଲାଭୋନାଏଡ କାମ କରିଥାଏ । ଏହା ଚେହେରାର ଚମକକୁ ବଢାଇଥାଏ । ସେହିପରି କ୍ଷୀର ସ୍କିନ୍‌ର ଆର୍ଦ୍ରତା ବଜାୟ ରଖେ ।

ପିମ୍ପଲ୍ ଦୂରରେ ରହିବ : ଅମୃତଭଣ୍ଡାରେ ଅନେକ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଅଛି ଯାହା ସ୍କିନ୍‌ ଇନ୍‌ଫେକ୍ସନ୍‌କୁ ଦୂରେଇ କରେ । କ୍ଷୀର ଏବଂ ଅମୃତଭଣ୍ଡା ମିଶାଇ ପ୍ରୟୋଗ କଲେ ପିମ୍ପଲ୍ ମଧ୍ୟ କମିଯାଏ । ଏହା ସହିତ ସ୍କିନ୍‌ରେ ଇନ୍‌ଫେକ୍ସନ୍‌ ହେବାର ଆଶଙ୍କା କମିଯାଏ ।

ସ୍କିନ୍‌ ହାଇଡ୍ରେଟେଡ୍ ରହିବ : ସ୍କିନ୍‌କୁ ହାଇଡ୍ରେଟ୍ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଆପଣ ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି ଏହି ପ୍ୟାକ୍ ପ୍ରୟୋଗ କରିପାରିବେ । ଏହି ଦୁଇଟି ଜିନିଷ ବର୍ଷା ଏବଂ ଗ୍ରୀଷ୍ମ ସମୟରେ ଚେହେରାକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରେ । ଆପଣ ସପ୍ତାହରେ ୧ ରୁ ୨ ଥର ଅମୃତଭଣ୍ଡା ଏବଂ କ୍ଷୀରରେ ନିର୍ମିତ ଏହି ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଜରୁରୀ ।

ଅମୃତଭଣ୍ଡା ଏବଂ କ୍ଷୀର ସହିତ ଫେସ୍ ପ୍ୟାକ୍ କିପରି ପ୍ରସ୍ତୁତ କରିବେ :
ଏହି ପ୍ୟାକ୍‌ ତିଆରି କରିବା ପାଇଁ ପାଚିଲା ନରମ ଅମୃତଭଣ୍ଡା ନେଇ ଭଲ ଭାବରେ ମେସ୍‌ କରନ୍ତୁ । ବର୍ତ୍ତମାନ ଏଥିରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଉଭୟ ଜିନିଷକୁ ମିଶାଇ ଦିଅନ୍ତୁ । ଏହା ସହ ଆପଣ ଏଥିରେ ୧ ଚାମଚ ମହୁ ମଧ୍ୟ ମିଶାଇ ପାରିବେ । ଏହି ପ୍ୟାକ୍‌କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ମସାଜ୍ କରନ୍ତୁ ଏବଂ ତା’ପରେ ଏହାକୁ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ତେବେ ପ୍ରାୟ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର ହେବ ।

Spread the love