ଆସିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ : ଆସିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଶରୀରର ୯୫ ପ୍ରତିଶତ ଜଳି ଯାଇଥିଲା । ମୃତଦେହରେ କିରୋସିନି ଗନ୍ଧ ଥିଲା। ପୋଷ୍ଟମର୍ଟମ ବେଳେ ପାକସ୍ଥଳୀ ଖାଲିଥିବାରୁ ସେଥିରୁ କୌଣସି ଦୁର୍ଗନ୍ଧ ବାହାରୁ ନଥିଲା ବୋଲି ଏସିସିବି ମେଡିକାଲ ଏଫଏମଟି ବିଭାଗ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମର ଆଣିବାକୁ ଯାଇଥିବା ବେଳେ ସୌମ୍ୟଙ୍କ ପିତା ଓ ଭାଇ ପ୍ରତିକ୍ରିୟା ଦେଇ କହିଛନ୍ତି ବିଦ୍ୟାଭାରତିଙ୍କୁ ଗିରଫ କରାଯାଉ। ତାଙ୍କ ଠାରୁ ହିଁ ସତ୍ୟ ବାହାରିବ। ଆଇନ ଓ ପୋଲିସ ତଦନ୍ତ ଉପରେ ଆମର ଭରସା ରହିଛି। ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ। ନିରାଶ ହେଲେ ଆଇନର ଆଶ୍ରୟ ନେବୁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବାରେ ବିଳମ୍ବ ହୋଇଛି।

ଗତ ୧୨ ତାରିଖରେ ସରକାରୀ କ୍ୱାର୍ଟରରୁ ପୋଡ଼ି ଯାଇଥିବା ଅବସ୍ଥାରେ ସୌମ୍ୟଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା କଟକ । ଚିକିତ୍ସାଧୀନ ଅବସ୍ଥାରେ ତାପରଦିନ ଆଖି ବୁଜିଥିଲେ ସୌମ୍ୟରଞ୍ଜନ ମହାପାତ୍ର ।

Spread the love