ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ

ୱାଶିଂଟନ,୦୪/୧୨: ପୃଥିବୀ ପୃଷ୍ଠକୁ ମାଡିଆସୁଛି ଆଉ ଏକ ଗ୍ରହାଣୁ । ଯାହାର ନାମ ନାସା ବୈଜ୍ଞାନିକମାନେ ରଖିଛନ୍ତି ଆଷ୍ଟରଏଡ୍‌ ୨୦୧୮-ଏଏଚ୍‌ । ଏହାର ଲମ୍ବ ୧୯୦ ମିଟର । ନାସା ବୈଜ୍ଞାନିକମାନେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ସେମାନଙ୍କ କହିବାନୁଯାୟୀ ଚଳିତମାସ ୨୭ ତାରିଖରେ ଏହା ପୃଥିବୀର ଅତି ନିକଟ ଦେଇ ଯିବ । ଏହା ପୃଥିବୀରେ ମାଡ ହେବାର ଆଶଙ୍କା ନାହିଁ । ତଥାପି ଯଦି ମାଡ ହୁଏ ତେବେ ହୀରୋସିମା ଓ ନାଗାସାକି ପରମାଣୁ ବୋମା ଠାରୁ ଆହୁରି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି । ଏହା ପୃଥିବୀ ଠାରୁ ୪୫ ଲକ୍ଷ କି.ମି. ଦୂରରେ ଅତିକ୍ରମ କରିବ ।

୨୦୧୮ରେ ଏହା ପୃଥିବୀ ଠାରୁ ୨.୯୬ ଲକ୍ଷ କି.ମି. ଦୂରରେ ଅତିକ୍ରମ କରିଥିଲା । ଏଥର ତାଠାରୁ ଢ଼େର ଅଧିକ ଦୂରରେ ଅତିକ୍ରମ କରିବ । କିନ୍ତୁ ଅନ୍ତରୀକ୍ଷରେ ଏତେ ଦୂର ଅଧିକ ନୁହେଁ । ଯଦି ଏହାର ଗତିପଥରେ ୧ ଡିଗ୍ରୀର ଅନ୍ତର ଘଟିବ ତେବେ ବିପଦ ବଢ଼ିବ । ୨୦୧୮ରେ ବୈଜ୍ଞାନିକମାନେ ଏହାକୁ ଠାବ କରିଥିଲେ ।

Spread the love