ଟ୍ରେନ୍‌ରେ ଛୁଆଙ୍କୁ ନେଇ ଗଲା ବେଳେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରନ୍ତି ବଡ଼ ସମସ୍ୟାର ସମ୍ମୁଖୀନ

ବର୍ଷା ଋତୁରେ, ଅଧିକାଂଶ ଲୋକ ନିଜ ପରିବାର ସହିତ କିଛି ଭଲ ସ୍ଥାନକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଟ୍ରେନରେ ଯାତ୍ରା କରିବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ବିଶେଷତ ଯେତେବେଳେ ପିଲାମାନେ ମଧ୍ୟ ଆପଣଙ୍କ ସହିତ ଯାତ୍ରା କରୁଛନ୍ତି, ସେହି ସମୟରେ ଅଧିକ ସାବଧାନ ସହିତ ଯାତ୍ରା କରିବା ଉଚିତ । ତେବେ ଟ୍ରେନରେ ଯାତ୍ରା କରିବା ଏକ ସୁନ୍ଦର ଅନୁଭୂତି, କିନ୍ତୁ କିଛି ଜିନିଷ ଅଛି ଯାହାକୁ ଆପଣ ପିଲାମାନଙ୍କ ସହିତ ଭ୍ରମଣ କରିବା ସମୟରେ ଧ୍ୟାନ ଦେବା ଉଚିତ୍ । ତାହେଲେ ଆସନ୍ତୁ ସେହି ବିଶେଷ ଜିନିଷଗୁଡ଼ିକ ବିଷୟରେ ଜାଣିବା ।

ପିଲାମାନଙ୍କ ସହିତ ଯାତ୍ରା କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :
ଯେତେବେଳେ ଆପଣ ପିଲାମାନଙ୍କ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି, ସେହି ସମୟରେ କିଛି ଜିନିଷ ଧ୍ୟାନ ଦେଇ ନିଜ ସହିତ ପ୍ୟାକ୍ କରନ୍ତୁ । ଯେପରି ଛୋଟ ପିଲାମାନଙ୍କ ପାଇଁ ଖେଳନା, ବହି, ସ୍ନାକ୍ସ, ପାଣି ବୋତଲ ଏବଂ ପାଣିପାଗ ଉପଯୁକ୍ତ ଡ୍ରେସ୍‌ ରଖନ୍ତୁ । କାରଣ ବେଳେବେଳେ ପିଲା ଟ୍ରେନରେ ଆପଣଙ୍କ ସହିତ ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇପାରେ । ଏପରି ପରିସ୍ଥିତିରେ, ଆପଣ ଖେଳିବାକୁ ଖେଳନା କିମ୍ବା ଖାଇବାକୁ ସ୍ନାକ୍ସ ଦେଇ ତାଙ୍କୁ ଚୁପ୍ କରି ପାରିବେ ।

ଯଦି ଆପଣଙ୍କ ପିଲାର ବୟସରେ କମ୍‌, ତେବେ ତାକୁ ନିଜ ସହିତ ଶୋଇବାକୁ ଦିଅନ୍ତୁ । କିନ୍ତୁ ଯଦି ଆପଣଙ୍କ ପିଲା ଟିକିଏ ବଡ, ତେବେ ଆପଣ ତାଙ୍କ ପାଇଁ ଅଲଗା ଟିକେଟ୍ ବୁକ୍ କରିପାରିବେ । ଏହା ବ୍ୟତୀତ ଯେତେବେଳେ ବି ଆପଣ ପିଲାମାନଙ୍କ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି । ଆପଣ ପିଲାମାନଙ୍କ ସହିତ ଜଡିତ ସମସ୍ତ ଔଷଧ ରଖନ୍ତୁ । ତେବେ ଟ୍ରେନ୍‌ରେ ପିଲାଙ୍କ ସହିତ ଯାତ୍ରା କରିବା ସମୟରେ ଏହି ସବୁ ଜିନିଷର ଅଧିକ ଧ୍ୟାନ ରଖନ୍ତୁ ।

ନିଜ ସହିତ ମେଡିକାଲ କିଟ୍ ରଖନ୍ତୁ :
ତେବେ ସେହି ମେଡିକାଲ୍ କିଟ୍ ରେ, ଆପଣ ଜ୍ୱର, ଥଣ୍ଡା କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ଔଷଧ ରଖିପାରିବେ । ଯାତ୍ରା ସମୟରେ ପିଲାମାନଙ୍କ ଧ୍ୟାନ ନେବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ ରଖନ୍ତୁ । ଟ୍ରେନରେ ପିଲାମାନେ ମଇଳା ହୋଇପାରେ, ଏପରି ପରିସ୍ଥିତିରେ ଆପଣ ପିଲାମାନଙ୍କର ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେବା ଆବଶ୍ୟକ । ବାରମ୍ବାର ସେମାନଙ୍କ ହାତକୁ ସାନିଟାଇଜ୍ କରନ୍ତୁ ଏବଂ ସଫା ବେଡ୍ ସିଟ୍ ବ୍ୟବହାର କରନ୍ତୁ ।

ପିଲାମାନଙ୍କର ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ :
ଭ୍ରମଣ ସମୟରେ ପିଲାମାନଙ୍କର ଖାଇବା ଅଭ୍ୟାସର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । କାରଣ ବେଳେବେଳେ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯାତ୍ରା ସମୟରେ ଆପଣଙ୍କ ପିଲାକୁ ଏକୁଟିଆ ଛାଡନ୍ତି ନାହିଁ । ଏପରି ମଧ୍ୟ ଆପଣ ସବୁବେଳେ ସେମାନଙ୍କ ଉପରେ ନଜର ରଖନ୍ତୁ ।

ଯାତ୍ରା ସମୟରେ ଘରୁ କ୍ଷୀର ନେବା ପାଇଁ ଚେଷ୍ଟ କରନ୍ତୁ :
ଏହା ବ୍ୟତୀତ, ଯାତ୍ରା ସମୟରେ ସାବଧାନ ରୁହନ୍ତୁ ଯେ ପିଲାମାନେ ଯାତ୍ରୀଙ୍କୁ ବିବ୍ରତ ନକରନ୍ତୁ । କାରଣ ଏହା ଅନ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏଥି ସହିତ ଘରୁ ବାହାରିବା ପୂର୍ବରୁ ଥର୍ମୋରେ କ୍ଷୀର ରଖନ୍ତୁ, ଯାହାଫଳରେ ଆପଣ ଟ୍ରେନରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ଆପଣ ସହଜରେ ପିଲାକୁ କ୍ଷୀର ଖାଇବାକୁ ଦେଇପାରିବେ । ଏହି ସମସ୍ତ ଟିପ୍ସ ଅନୁସରଣ କରି, ଆପଣ ପିଲାମାନଙ୍କ ସହିତ ସୁରକ୍ଷିତ ଭାବରେ ଟ୍ରେନରେ ଯାତ୍ରା କରିପାରିବେ ।

Spread the love