ଝିଅ ପ୍ରେମ ବିବାହ କରିବାରୁ ବାପା, ମାଙ୍କୁ ମିଳିଲା ଶାସ୍ତି
ଝିଅ ପ୍ରେମ ବିବାହ କଲେ ବଦଳରେ ପାରିବାର ଙ୍କୁ ମିଳିଛି ଦଣ୍ଡ। କଳାପାଣି ଠୁ ବି କଡ଼ା ସଜା କାଟିଛନ୍ତି ପାରିବାର ଲୋକ।ରାଜା ରାଜୁଡା ଶାସନ ଅମଳରେ କେହି କିଛି ଭୁଲ କଲେ, ଗାଁ ରେ ବସୁଥିଲା ପ୍ରଜାକୋର୍ଟ । ଏବେ ମାଓବାଦୀ ଡାକୁଛନ୍ତି ପ୍ରଜାକୋର୍ଟ। ହେଲେ ଆମ ସଭ୍ୟ ସମାଜରେ ବି ଏଭଳି ପ୍ରଜକୋର୍ଟ ଡାକି ଦିଆଯାଉଛି ଦଣ୍ଡ।ଏକ ପରିବାରକୁ ନିଆଁ ପାଣିରୁ ବାସନ୍ଦ କରାଯାଇଛି । ଦୀର୍ଘ ୩ ମାସ ହେବ ଗୋଟିଏ ପରିବାର ଏମିତି ବାସନ୍ଦ ଦଣ୍ଡକୁ ସହିବାକୁ ବାଧ୍ୟ ହୋଇଛି । ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ୍ ରହିଛି । ଏବେ ଏହି ପରିବାର ଆଇନର ଦ୍ୱାରସ୍ଥ ହୋଇଛନ୍ତି ।