ମନ୍ତ୍ରୀଙ୍କୁ ବଦନାମ ପାଇଁ ପରୀ ବାପାଙ୍କ ଆତ୍ମହତ୍ୟା ନାଟକ, ଫଟୋ ଖୋଲିଲା ଗୁମର

ଭୁବନେଶ୍ୱର : ଝିଅ ପାଇଁ ବିଧାନସଭା ଆଗରେ ହାତରେ ଡିଜେଲ ଧରି ନ୍ୟାୟ ମାଗୁଥିବା ନୟାଗଡର ପରୀ ବାପାଙ୍କ ଅସଲ ଚିତ୍ର
ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଝିଅ ପାଇଁ ନୁହେଁ ବରଂ ଅନ୍ୟ କଥାରେ ପଡି ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ
କରିବାପାଇଁ ଯେ ସେ ନୟାଗଡରୁ ରାଜଧାନୀ ଆସିଥିଲେ ତାହା ସ୍ପଷ୍ଟ ହୋଇଛି ।

ପରୀ ବାପା ଅଶୋକ ସାହୁଙ୍କ ସମେତ ଗଣମାଧ୍ୟମକୁ ଚଟାପଟ ବାଇଟ୍‍ ଦେଉଥିବା ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ, ଗୋଟିଏ
ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଶିବରାମ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଓ ଆଉ କେତେଜଣ ବ୍ୟକ୍ତି
ବିଧାନସଭା ସମ୍ମୁଖରେ ଘଟଣା ଘଟିବାର ଅବ୍ୟବହିତ ପୂର୍ବରୁ ଗୋଟିଏ ଚା ଖଟିରେ ସାମିଲ ହୋଇଛନ୍ତି । ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ସମସ୍ତେ ଚା’ ପାନ କରୁଥିବା ଫଟୋରୁ ଜଳ ଜଳ ହୋଇ ଦିଶୁଛି । ଯେହେତୁ ଅଶୋକ ସାହୁ ନିର୍ଦ୍ଦିଷ୍ଟ ପୋଷାକରେ ପୁଲିସ୍‍ ହାତରେ ଧରାପଡିଥିଲେ ତେଣୁ ଫଟୋକି ଘଟଣା ଘଟିବାର କିଛି ସମୟ ପୂର୍ବର ବୋଲି କୁହାଯାଉଛି ।  ପରୀ ମୃତ୍ୟୁ ଘଟଣାରେ ସମସ୍ତେ ମର୍ମାହତ ହୋଇଥିବାବେଳେ ରାଜ୍ୟ ପୁଲିସ୍‍ ଏବେ ବି ଏହାର ଅନୁସନ୍ଧାନ ଜାରି ରହିଛି ।  ଫୋରେନସିକ୍‍ ଯାଞ୍ଚ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖୋଳତାଡ ବି ହୋଇଛି । ବହୁ ଲୋକଙ୍କୁ ଏ ସଂକ୍ରାନ୍ତରେ ପଚରା ଉଚୁରା କରାଯାଇଛି । ତେବେ ପରୀର ବାପ ମା’ ଏହି ଘଟଣାରେ ଜିଲ୍ଲା ପୁଲିସ୍‍ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିପାରିଥାନ୍ତେ । ହେଲେ ତାହା ନକରି ଯେଉଁଦିନ ବିଧାନସଭାରେ ଆଇନ୍‍ଶୃଙ୍ଖଳା ଆଲୋଚନା ଚାଲିଛି ସେହିଦିନ ଆସି ଏଠାରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପୁଲିସ୍‍ ଜାଣିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ପ୍ରସ୍ତୁତ ହୋଇ ରହିବାକୁ ସନ୍ଦେହ ପ୍ରକାଶ ପାଇଥିଲା । ଏବେ ଏହି ଫଟୋଟି ପଦାକୁ ଆସିବାପରେ ଧିରେ ଧିରେ ଆତ୍ମହତ୍ୟା ଘଟଣା ଉପରୁ ପରଦା ଉଠୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ନିଜ ଜିଲ୍ଲାକୁ ନେଇ ଏତେ ବଡ ଘଟଣା ଘଟିବାପରେ ମନ୍ତ୍ରୀ ଅରୁଣ ସାହୁ ସମ୍ପୃକ୍ତ
ସରପଞ୍ଚଙ୍କୁ ଏ ବାବଦରେ ଟେଲିଫୋନ୍‍ରେ ପଚାରିବାବେଳେ ସେ ବାରମ୍ବାର ପରୀର ବାପ ମା’ଙ୍କୁ ନେଇ ମନ୍ତ୍ରୀଙ୍କ ପାଖକୁ ଯିବେ
ବୋଲି କହୁଛନ୍ତି । ସେମାନଙ୍କୁ ଆଣିବା କ’ଣ ଆବଶ୍ୟକ ବୋଲି ମନ୍ତ୍ରୀ ଯେତେଥର ପଚାରୁଛନ୍ତି ସରପଞ୍ଚ କିନ୍ତୁ କଥାବାର୍ତ୍ତାର
ରେକର୍ଡିଂ କରିବା ସହିତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ନଦେଇ ବାରମ୍ବାର ବାପ ମା’ଙ୍କୁ ନେଇ ଆପଣଙ୍କ ପାଖକୁ ଯିବି ବୋଲି କହୁଛନ୍ତି ।
ସରପଞ୍ଚଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି । କଂଗ୍ରେସ ନେତା ଏବଂ ସ୍ଥାନୀୟ ସରପଞ୍ଚଙ୍କ ହାତରେ ପରୀର ବାପା ଯେ ମୋହରା ସାଜିଛନ୍ତି ଏବଂ ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ ପାଇଁ ଏଭଳି କରିଛନ୍ତି ତାହା ଜଳ ଜଳ ହୋଇ ଦିଶୁଛି । କାରଣ ଘଟଣା ଘଟିବା ପରେ ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡରେ ପ୍ରତିବାଦ କରାଯିବା, ସରପଞ୍ଚ ଚଟାପଟ ଟିଭିରେ ବାଇଟ୍‍ ଦେବା ଘଟଣାକୁ ରହସ୍ୟମୟ କରି ରଖିଥିଲା ।

ତାହାଉପରୁ ଏବେ ପରଦା ହଟିବାରେ ଲାଗିଛି । ଖାଲି ଏହି ଆତ୍ମହତ୍ୟା ଘଟଣା ନୁହେଁ ଗତ ବିଧାନସଭା ଅଧିବେଶନ ସମୟରେ ରାସ୍ତା ଉପରେ ମା’ ବେକରେ ଛୁରୀ ଲଗାଇ ହୋଇଥିବା ଡ୍ରାମା ପଛରେ ବି ନୟାଗଡର ଏହି ଗୋଷ୍ଠି ଥିବା ଅନୁମାନ କରାଯାଉଛି । କାରଣ ସେତେବେଳେ ମୁଣ୍ଡଦୋଷ ପାଇଁ ଚିକିତ୍ସିତ ହେଉଥିବା ଯୁବକ ଜଣଙ୍କ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ନାଟକ କରିଥିଲା ।

Spread the love