ବାଇକ୍ ପଛରେ ବସିଲେ ବି ହେଲମେଟ ପିନ୍ଧିବାକୁ ବାଧ୍ୟ- ପରିବହନ ମନ୍ତ୍ରୀ

ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବାକୁ  ବାଧ୍ୟ। ଏପରି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।  ଦିଲ୍ଲୀରେ ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ରୀୟ ବୈଠକ ବସିଥିଲା । 3 ମାସର ପରିବର୍ଦ୍ଧିତ ଅବଧି ଶେଷ ହେବା ପରେ ଜୋରଦାର ଲାଗୁ ହେବ ନୂଆ ମୋଟରଯାନ ଆଇନ । ପୁଣି ନିୟମ ଉଲଘଂନ କଲେ କଟିବ ମୋଟା ଅଙ୍କର ଚାଲାଣ । ତେବେ ବାଇକ ପଛରେ ବସୁଥିବା ଆରୋହୀ ଓ ବାଇକ ଚଳାଉଥିବା ବ୍ୟକ୍ତି ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ।

କାର ପଛରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।  ଫେବୃଆରୀ ଶେଷରେ 3 ମାସର କଣ୍ଟ ପୂରା ହେବା ପରେ ନୂଆ ମୋଟରଯାନ ଆଇନ ଅନୁସାରେ ଭାରି ଅଙ୍କର ଜରିମାନା କଟିବ । ଜରିମାନା କୋହଳ ପାଇଁ କେନ୍ଦ୍ରୀୟ ବୈଠକରେ ଆଲୋଚନା ହୋଇଛି । କିନ୍ତୁ ଆଇନରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ । ଯଦି କେନ୍ଦ୍ର ସରକାର ଜରିମାନା କମ ସମ୍ପର୍କିତ କିଛି ନିଷ୍ପତି ନିଅନ୍ତି ତାହେଲେ ଜରିମାନା କୋହଳ ହେବ । କିନ୍ତୁ ଏଯାଏଁ ଏହା କମିବା ଉପରେ କୌଣସି ନିଷ୍ପତି ହୋଇନାହିଁ  ବୋଲି ଦିଲ୍ଲୀରୁ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । 

Spread the love