ଶିକ୍ଷକ ଓ ଅଭିଭାବକ ପିଲାଙ୍କ ଉପରେ ଚାପ କରିବା ଉଚିତ୍ ନୁହେଁ- ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି। ଆଗକୁ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଆସୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ଚିନ୍ତା ମୁକ୍ତ କରିବାକୁ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି।  ଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିଅମରେ ହେଉଥିବା ଏହି ଚର୍ଚ୍ଚାରେ ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତାମୁକ୍ତ କରିବାକୁ ଟିପ୍ସ ଦେଇଛନ୍ତି।

ପିଲାମାନଙ୍କୁ ନିଜର ବନ୍ଧୁବୋଲି ସମ୍ବୋଧନ କଲେ

ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସେମାନଙ୍କ ବନ୍ଧୁ ଭାବରେ ସମ୍ବୋଧନ କରିଛନ୍ତି। ସେ ସମ୍ବୋଧନ ଆରମ୍ଭରୁ କହିଥିଲେ ଯେ, ତାଙ୍କର ବନ୍ଧୁ ପୁଣି ଥରେ ସେମାନଙ୍କ ସାମ୍ନାରେ। ପ୍ରଧାନମନ୍ତ୍ରୀ ଏହି ସମୟରେ ପିଲାମାନଙ୍କୁ 2020 ଦଶକର ମହତ୍ଵତା ବୁଝାଇଛନ୍ତି। ମୋଦୀ କହିଛନ୍ତି ଯେ, ଏହି ଦଶକ ହିନ୍ଦୁସ୍ତାନ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ। ଏହି ଦଶକରେ ଦେଶ ଯାହା କରିଵ ସେଥିରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଯୋଗଦାନ ରହିବ। 

ପିଲାଙ୍କ ଉପରେ  ଚାପ ଉଚିତ୍ ନୁହେଁ

ମୋଦୀ କହିଛନ୍ତି ଯେ, ପିତାମାତା ପିଲାମାନଙ୍କ ଉପରେ ଏକ୍ସଟ୍ରା ଆକ୍ଟିଭିଟି ପାଇଁ ଚାପ ପକାଇଲେ ସେମାନେ ଚିନ୍ତିତ ହୋଇଥାନ୍ତି। ପିତାମାତାଙ୍କୁ ଦେଖିବା ଉଚିତ୍ ସେମାନଙ୍କର ପିଲା କେଉଁଥିରେ ରୁଚି ରଖୁଛନ୍ତି। କିନ୍ତୁ ପିଲାମାନଙ୍କୁ ଏକ୍ସଟ୍ରା ଆକ୍ଟିଭିଟି ସହ କେଉଁଠି ନା କେଉଁଠି ଯୋଡିବା ଉଚିତ୍ ଏହାଦ୍ଵାରା ସେମାନଙ୍କର ଦକ୍ଷତା ବୃଦ୍ଧି ପାଇବ। 

ପରୀକ୍ଷାର ଅଙ୍କ ଜୀବନ ନୁହେଁ 

ମୋଦୀ କହିଛନ୍ତି ଯେ, ପରୀକ୍ଷାର ଅଙ୍କ ସବୁ କିଛି ନୁହେଁ। ଏହା ଜୀବନର ଏକ ସ୍ତର। ଆମକୁ ଏହାକୁ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ସ୍ତର ମାନିବା ଉଚିତ୍। ପରୀକ୍ଷାରେ କିଛି ନହେଲେ କିଛି ହେବ ନାହିଁ, ଏହି ଚିନ୍ତାଧାରା ଆଜିର ସମାଜ ପାଇଁ ଉଚିତ୍ ନୁହେଁ। ଜୀବନ ଯେକୌଣସି କ୍ଷେତ୍ରରେ ଯାଇ ପାରିବ।

Spread the love