ଦେଶରେ ପ୍ରଥମେ ସେନ୍‍ସୋରି ପାର୍କ ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ

ଭୁବନେଶ୍ୱର: ଦେଶରେ ପ୍ରଥମ, ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଆଜି ଭୁବନେଶ୍ୱର ଶହୀଦନଗରରେ ସେନ୍‍ସୋରି ପାର୍କ ଉଦଘାଟିତ ହୋଇଯାଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସେନ୍‍ସୋରି ପାର୍କ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଏହି ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ଅନେକ ସୁବିଧା ରହିଛି। ୧୩୬୮ ବର୍ଗମିଟର ପରିମିତ ଅଂଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‍ ଅଧୀନରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ପାଥ୍‍ୱେ, ପାନୀୟ ଜଳ ଟ୍ୟାପ୍‍ ଓ ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା ରହିଛି। ଏହି ପାର୍କରେ ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ।

Spread the love