ଗାଡି ପାର୍କିଂକୁ ନେଇ ରକ୍ତପାତ, ୩ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଗାଡି ପାର୍କିଂକୁ ନେଇ ରକ୍ତପାତ । ୩ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅନ୍ତର୍ଗତ ହିଲପାଟଣା ୩ୟ ଲାଇନ ଛକରେ ଆକ୍ରମଣ ହୋଇଛି । ଗାଡ଼ି ସ୍ଥାନାନ୍ତରକୁ ନେଇ ସମ୍ପର୍କ ଟ୍ରାଭେଲସ୍‌ର ୩ ଜଣଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏଥିରେ ଟ୍ରାଭେଲ ଏଜେନ୍ସୀର ମାଲିକ କୁମୁଦ ଚନ୍ଦ୍ର ବ୍ରହ୍ମାଙ୍କ ସମେତ ଦୁଇ ଜଣ ସୁଦର୍ଶନ ଦାସ ଓ ହରିହର ପାଣିଗ୍ରାହୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ଅଟକ ରଖିଛି ଗୋଷାଣୀ ନୂଆଗାଁ ଥାନା ପୋଲିସ ।

Spread the love