ଜାରି ହେଲା ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତି ତାଲିକା: ପଢନ୍ତୁ କିଏ ଧନୀ କିଏ ଗରିବ

ଭୁବନେଶ୍ୱର, ୧୧/୦୩: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଏହି ସମ୍ପତି ତାଲିକାରେ ସୁବାସ ସିଂ, ସୁଜିତ କୁମାର, ମମତା ମହନ୍ତ ଓ ମୁନା ଖାଁଙ୍କ ସମ୍ପତି କେତେ ପରିମାଣର ରହିଛି ତାହା ଜଣାପଡ଼ିଛି । ଏହି ତାଲିକା ଅନୁସାରେ ସୁଜିତ କୁମାର ସବୁଠୁ ଧନୀ, ସୁବାସ ସିଂ ଗରୀବ ।

ରାଜ୍ରସଭା ନିର୍ବାଚନ ଲାଗି ବିଜେଡି ୪ଜଣଙ୍କୁ ପ୍ରାର୍ଥୀ କରିଛି । ସମସ୍ତ ପ୍ରାର୍ଥୀଙ୍କ ସମ୍ପତି ତାଲିକା ଆଜି ପ୍ରକାଶ ପାଇଛି । ସୁବାସ ସିଂଙ୍କର ୨୩ ଲକ୍ଷ ୩୭ ହଜାର ଟଙ୍କାର ସମ୍ପତ୍ତି ଅଛି । ସୁବାସ ସିଂଙ୍କ ନାଁରେ ରହିଛି ୧୧ଟି ଆପରାଧିକ ମାମଲା । ରାଜନୀତି ବିଜ୍ଞାନରେ ଏମଏ ଓ ଓକିଲାତି ପାସ କରିଛନ୍ତି ସୁବାସ ।

ଅନ୍ୟ ପ୍ରାର୍ଥୀ ସୁଜିତ କୁମାରଙ୍କର ୧ କୋଟି ୧୦ ଲକ୍ଷ ୯ ହଜାର ଟଙ୍କାର ସମ୍ପତ୍ତି ରହିଛି । ସୁଜିତଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୨୬ ଲକ୍ଷ ୬୯ ହଜାର ଟଙ୍କା ଅଛି । ସୁଜିତ ୭ଟି କମ୍ପାନିରେ ୫୧ ଲକ୍ଷ ୫୩ ହଜାର ଟଙ୍କା ନିବେଶ କରିଥିବା ଜଣାପଡ଼ିଛି । ଏହ ସହ ସୁଜିତ ୭୪ ଲକ୍ଷ ୯୪ ହଜାର ଟଙ୍କାର ଋଣ କରିଛନ୍ତି ।

ସେହିପରି ମମତା ମହନ୍ତଙ୍କର ୨୫ ଲକ୍ଷ ୩ ହଜାର ଟଙ୍କାର ସମ୍ପତ୍ତି ଅଛି । ମମତାଙ୍କର ୨୯ ଲକ୍ଷ ୪୫ ହଜାର ଟଙ୍କା ମୂଲ୍ୟର ଜମି ମଧ୍ୟ ରହିଛି । ମୁନା ଖାଁଙ୍କର ୩୨ ଲକ୍ଷ ୯୫ ହଜାର ଟଙ୍କାର ସମ୍ପତ୍ତି ଅଛି । ଡାକଘରେ ୨ ଲକ୍ଷ ୩୬ ହଜାର ଟଙ୍କାର ଜମା ରହିଛି । ମୁନା ଖାଁଙ୍କର୨୨ ଲକ୍ଷ ୫୦ ହାଜର ଟଙ୍କାର ଏଲଆଇସି ଓ ୨୪ ଲକ୍ଷର ସ୍ୱାସ୍ଥ୍ୟ ବୀମା ରହିଛି । ମୁନା ଖାଁ ୧୯୮୩ରେ ଆନ୍ଧ୍ର ୟୁନିଭର୍ସିଟିରୁ ମାଟ୍ରିକ ପାସ୍ କରିଛନ୍ତି ।

Spread the love