ପୁରୀ ଗସ୍ତରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି

ପୁରୀ:  ପୁରୀ ଜିଲ୍ଲା ଗସ୍ତରେ ଆସିଛନ୍ତି ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ।  ଉତ୍ତରପ୍ରଦେଶ ସାଂସଦ ଶ୍ରୀ ଶ୍ୟାମ ସିଂ ୟାଦବଙ୍କ ନେତୁତ୍ଵରେ ଆସିଥିବା 31 ଜଣିଆ ପ୍ରତିନିଧୀ ଦଳ ପ୍ରଥମେ ପିପିଲି ବ୍ଲକ ହାଟସାହି ପଚଂ।ୟତରେ ପହଂଚିଥିଲେ । ଏହାପରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଅତିଥୀମାନଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିଭଳି ରୂପରେଖ ପାଇଛି ତାହା ଅନୁଧ୍ୟାନ କରିଥିଲେ ଏହି ପ୍ରତିନିଧୀ ଦଳ । ପଞ୍ଚାୟତରେ ଥିବା କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମାଣ ହୋଇଥିବା ଅମୃତ ସରବରାହ, ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ଗ୍ରାମୀଣ ପାର୍କ, ଗ୍ରାମୀଣ ପାଠାଗାର ବୁଲି ଦେଖିଥିଲେ ଏହି ପ୍ରତିନିଧୀ ଦଳ ।

ଏହାପରେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତକୁ ଯାଇ ଗ୍ରାମୀଣ ପାଠାଗାର ସହିତ ପଞ୍ଚାୟତ ଅର୍ଥରେ ନିର୍ମାଣ ଗ୍ରାମୀଣ ଜିମ୍ ସେଣ୍ଟର ବୁଲିଥିଲେ ।  ପରିଶେଷରେ  ଏହି ଟିମ୍ ଦୁର୍ଗାଦାଶପୁର ପଞ୍ଚାୟତକୁ ଯାଇ ସରକାରଙ୍କ ଦ୍ଵାରା ବିଭିନ୍ନ ବୟସ୍କମାନଙ୍କୁ ଦିଆଯାଉଥିବା ବାର୍ଦ୍ଦକ୍ୟ ଭତ୍ତ। ନେଇ ବୟୋଜଷ୍ଟ ବ୍ୟକ୍ତିଙ୍କ ସହିତ ଅ।ଲୋଚନା କରିବା ସହିତ  ପାଠାଗାର, ଗ୍ରାମୀଣ ହାଟ ବୁଲି ଦେଖି ସରକାରଙ୍କ ଦ୍ଵାରା ହୋଇଥିବା କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।

Spread the love