ଯାଜପୁର ଜାତୀୟ ରାଜପଥ ଉପରେ ଦବିଲା ବ୍ରିଜ୍

ଜାତୀୟ ରାଜପଥ ଉପରେ ଦବିଲା ବ୍ରିଜ୍ । ଅଳ୍ପକେ ଟଳିଛି ବଡ଼ ବିପଦ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ NH-16ରେ ଥିବା ପୋଲ ଦବି ଯାଇଛି । ବ୍ରିଜ୍‌ ଦବିବା ଯୋଗୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି । ସୌଭାଗ୍ୟବଶତଃ ବ୍ରିଜ୍‌ ଦବିବା ସମୟରେ କେହି ଯାତାୟାତ କରୁ ନଥିଲେ । କିଛି ସମୟ ପୂର୍ବରୁ ଏକ ଯାତ୍ରୀବାହୀ ବସ୍‌ ସେହି ପୋଲ ଦେଇ ଅତିକ୍ରମ କରି ଯାଇଥିଲା । ତେଣୁ ଏକ ବଡ଼ ଧରଣ ଟଳି ଯାଇଛି । କାହାର କୌଣସି କ୍ଷତି ହୋଇନାହିଁ । ଏହି ରାସ୍ତା ଦେଇ ବର୍ତ୍ତମାନ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ପାଖ ରାସ୍ତା ଦେଇ ଗାଡ଼ି ଚଳାଚଳ ଜାରି ରହିଛି । ଏହି ପୋଲ ଦେଇ ପ୍ରତିଦିନ ହଜାର ହଜାର ଗାଡି ଯାଆସ କରିଥାଏ । ଲଗାଣ ବର୍ଷାରେ ବ୍ରିଜ୍‌ ଦବି ଯାଇଥିବା ଅନୁମାନ କରାଯାଉଛି । ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ୨୦୦୭ରେ ପୋଲଟି ତିଆରି ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ଦବି ଗଲା ଏଯାଏ ସ୍ପଷ୍ଟ ହୋଇନି । ଘଟଣା ସ୍ଥଳରେ ପୋଲିସ୍‌ ଜଗି ରହିଛି ।

Spread the love