ପାକିସ୍ତାନର ପୋଲ୍‌ ଖୋଲିଲେ ପୂର୍ବତନ ରାଷ୍ଟ୍ରପତି

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ନିଜ ଦେଶର ପୋଲ୍‌ ଖୋଲିଛନ୍ତି। ଜଣେ ଖବରଦାତାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏମିତି କିଛି କଥା କହିଛନ୍ତି ଯାହା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି। ମୁଶରଫ କହିଛନ୍ତି ଭାରତ ଉପରେ ଆକ୍ରମଣ କରିବାକୁ ସବୁବେଳେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ ବ୍ୟବହାର କରାଯାଇଛି।

ଏହାସହ ଏହି ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ  ବହୁବାର ମୋ କାର୍ଯ୍ୟାଳୟରେ ପାକିସ୍ତାନ ଗୁଇନ୍ଦା ବିଭାଗ ଜୈଶ-ଇ- ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସାହାଯ୍ୟ ନେଇଛି। ତେଣୁ ଜୈଶ ଆତଙ୍କବାଦୀ ସଙ୍ଗଠନ ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନକୁ ସେ ସ୍ବାଗତ କରିଛନ୍ତି। କାରଣ ୨୦୦୩ରେ ମଧ୍ୟ ଉକ୍ତ ସଙ୍ଗଠନ ମୁଶରଫଙ୍କୁ ମାରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି।

Spread the love