ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା : ୨ ମୃତ, ୪୦ରୁ ଅଧିକ ଆହତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତା କଟରପଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ମନୋରମା ନାମକ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘନ କୁହୁଡି କାରଣରୁ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି।ମନୋରମା ବସ୍‌ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି କଟରପଡା ଠାରେ ମାଲବାହୀ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି  ମେଡିକାଲରେ ଭର୍ତ୍ତି କରିଛନ୍ତି।

Spread the love